ଆସନ୍ତା କାଲିଠୁ ୫ ଦିନିଆ ‘ପରୀକୁ ନ୍ୟାୟ ପାଇଁ ପଦଯାତ୍ରା’

ଭୁବନେଶ୍ୱର,ତା.୧୯/୧୨: ଚଳିତ ମାସ ୫ ତାରିଖରୁ ଆଜିକୁ ୧୫ ଦିନ ହେଲା ‘ପରୀ’କୁ ନ୍ୟାୟ ପାଇଁ ନୟାଗଡ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ସ୧ୁଖରେ ଗଣଧାରଣା କରାଯାଉଛି । ଏହି ଧାରଣାଟି ଧିରେ ଧିରେ ଗୋଟିଏ ବଡ ଆନ୍ଦୋଳନରେ ପରିବର୍ତିତ ହୋଇଛି । ଭାରତୀୟଜନତା ପାର୍ଟି ରାଜ୍ୟର ସମସ୍ତ ୧୪୭ଟି ବିଧାନସଭାରେ ପଦଯାତ୍ରା କରି ଏହି ଆନ୍ଦୋଳନକୁ ଆହୁରୀ ତୀବ୍ରତର କରିଛି । ପରୀ ସମେତ ରାଜ୍ୟରେନିଖୋଜ ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କୁ ନ୍ୟାୟ ପାଇଁ ଆସନ୍ତା କାଲିଠୁ ୫ ଦିନିଆ ପରୀକୁ ନ୍ୟାୟ ପାଇଁ ପଦଯାତ୍ରା ଅନୁଷ୍ଠିତ ହେବ । ଆସନ୍ତାକାଲି ୨୦ ତାରିଖ ସକାଳ ୯ଟାରେ ଭୁବନେଶ୍ୱରରୁ ଏକ ପଦଯାତ୍ରା ପରୀର ଗାଁ ନୟାଗଡ ଜିଲ୍ଲା ଯଦୁପୁରକୁ ପଦଯାତ୍ରା କରିବ । ଏହି ପଦଯାତ୍ରାଲିଙ୍ଗରାଜ ମନ୍ଦିରରୁ ଆର ମ୍ଭ ହୋଇ ଆଗାମୀ ୫ ଦିନରେ ୯୮କିଲୋମିଟର ଯାତ୍ରା କରି ଯଦୁପୁରଟାରେ ପହଂଚିବ ବୋଲି ରାଜ୍ୟ ମୁଖପାତ୍ରଡ.ଯତୀନ ମହାନ୍ତି କହିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସା ମ୍ବାଦିକ ସ୧ିଳନୀରେ ସୁଚନା ଦେଇ ଡ.ମହାନ୍ତି କହିଛନ୍ତି ଯେ, ଏହି ପଦଯାତ୍ରା ଦିନକୁ ପାଖାପାଖି ୨୦କିଲୋମିଟର ହେବ ଏବଂ ଏଥିରେ ଭାରତୀୟ ଜନତା ପାର୍ଟିର ସମସ୍ତ ଶୀର୍ଷ ନେତୃତ୍ୱ ବିଭିନ୍ନ ପର୍ଯ୍ୟାୟରେ ଭାଗ ନେବେ । ପ୍ରଥମଦିନ ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ ଆର ମ୍ଭ ହୋଇ ଜାଆଁଳା ପର୍ଯ୍ୟନ୍ତ ଯିବ । ସେହିପରି ଦ୍ୱିତୀୟ ଦିନରେ ଜାଁଳାରୁ ସାରୁଅ, ତୃତୀୟଦିନରେ ସାରୁଅରୁ ବୋଲଗଡ, ଚତୁର୍ଥ ଦିନରେ ବୋଲଗଡରୁ ଇଟାମାଟି ଏବଂ ଶେଷ ତଥା ପଂଚମ ଦିନରେ ଇଟାମାଟିରୁ ପରୀର ଗାଁଯଦୁପୁରଠାରେ ପହଂଚିବ । ଏହି ଯାତ୍ରାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରୀୟ ନେତୃବୃନ୍ଦ ଭାଗ ନେବେ ।ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଆସନ୍ତା କାଲି ଆର ମ୍ଭ ହେବାକୁ ଥିବା ଏହି ପଦଯାତ୍ରାରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟଅଧ୍ୟକ୍ଷା ଶ୍ରୀମତୀ ଭନିତା ଶ୍ରୀନିବାସନ ସାମିଲ ହେବେ । ତାହାପରେ ରାଜ୍ୟ ନେତୃତ୍ୱ ଏବଂ ରାଷ୍ଟ୍ର ନେତୃତ୍ୱ ପର୍ଯ୍ୟାୟକ୍ରମେ ଏହି ପଦଯାତ୍ରାରେ ଭାଗନେବେ ଏହି ଆନ୍ଦୋଳନ ସହିତ ନୟାଗଡରେ ଆନ୍ଦୋଳନ ମଧ୍ୟ ଚାଲୁରହିବ ଏବଂ ଶେଷ ଦିନରେ ସମସ୍ତେ ଏକାଠି ହୋଇ ଯଦୁପୁରରେ ବଡ ସଭାଅନୁଷ୍ଠିତ ହେବା ସହ ପରୀର ବାପା, ମାଙ୍କୁ ଭେଟିବୁ ବୋଲି ଡ.ମହାନ୍ତି ସୁଚନା ଦେଇଛନ୍ତି ।ପରୀ ସମେତ ରାଜ୍ୟର ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କ ମାଁମାନଙ୍କୁ ନ୍ୟାୟ ଦେବା ପାଇଁ ଦାବୀ କରାଯାଇଥିବା ଦୁଇଟି ମୁଖ୍ୟ ଦାବୀଯଥା, ଘଟଣାର ସିବିଆଇ ତଦନ୍ତ ଏବଂ ପ୍ରଭାବିତ କରୁଥିବା ପ୍ରଭାବଶାଳୀ ମବୀ ଅରୁଣ ସାହୁଙ୍କ ବହିଷ୍କାର ଏହି ପଦଯାତ୍ରାର ମୁଖ୍ୟ ପ୍ରସଙ୍ଗ ହେବବୋଲି ଡ.ମହାନ୍ତି କହିଛନ୍ତି ।ଏହି ଆନ୍ଦୋଳନ ଏକ ଜନସଚେତନତା ଆନ୍ଦୋଳନ ହେବ ଏବଂ ଏହି ଆନ୍ଦୋଳନରେ ସମାଜର ସମସ୍ତ ବର୍ଗ, ସାମାଜିକ କର୍ମୀ,ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା ଏବଂ ବିଭିନ୍ନ ବର୍ଗର ନେତୃବୃନ୍ଦଙ୍କ ସହ ସାଧାରଣ ଜନତା ସାମିଲ ହେବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ଅପିଲ୍ କରିଛନ୍ତି ଡ.ମହାନ୍ତି ସୁଚନା ଦେଇ କହିଛନ୍ତି ।

Spread the love