ଓଡ଼ିଆ ବିଭାଗ ଆନୁକୁଲ୍ୟରେ ରାଧାନାଥ ଯୁଗୀୟ ସାହିତ୍ୟ

ଗୋକୁଳପାର୍ବତୀ ଗ୍ରାମ୍ୟ ମହାବିଦ୍ରାଳୟ, କୁନ୍ତରାର ଓଡ଼ିଆ ବିଭାଗ ଏବଂ ଆଇକ୍ୟୁଏସିର ମିଳିତ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ନଭ ସଂଚାର ସଂପାନ ସମାପନ ହୋଇଛି । ଏଥିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ବରିଷ୍ଟ ସହକାରୀ ପ୍ରାଧ୍ୟାପକ ଡ. ପ୍ରଦୋଷ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ‘ଆଧୁନିକତା ବନାମ ରାଧାନାଥ ଯୁଗୀୟ ସାହିତ୍ୟ’ ସଂପର୍କରେ ଅନେକ ଶିକ୍ଷଣୀୟ କଥା କହିଥିଲେ । ଏହି ସଂପାନର ସହାକାର୍ଯ୍ୟ ଗୋକୁଳପାର୍ବତୀ ଗ୍ରାମ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ମେହେର ପରିଚାଳନା କରିଥିବାବେଳେ ଅଧ୍ୟାପିକା ଶାଶ୍ୱତୀ ମେହେର ଅତିଥି ପରିଚୟ ଦେଇଥିଲେ । ଏହି ସଂପାନର ଅନ୍ୟାନ୍ୟ କାର୍ଯ୍ୟ ଅଧ୍ୟାପକ ଟିକେଲାଲ ମେହେର, ଯୋଗୀନ୍ଦ୍ର ମୁଦୁଲି, ଅଧ୍ୟାପିକା ରତ୍ନମଞ୍ଜରୀ ସାହୁ କରିଥିଲେ ଏବଂ ସଂପାନର ଶେଷରେ ଡ ପ୍ରଦୋଷ କୁମାର ସ୍ୱାଇଁକୁ ସମ୍ମାନଜନକ ସମ୍ବର୍ଦ୍ଧନା ପତ୍ର ପ୍ରଦାନପୂର୍ବକ ପାଠକରି ଅଧ୍ୟାପକ ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love