ଓଡ଼ିଶା ମୋ ପରିବାର ଉଦ୍ୟମରେ ଓଡ଼ିଶା ଆସିଲେ ଓଡ଼ିଆ ପୁଅ

ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ମୁକୁନ୍ଦପୁର ଗାଁର ମେଧାବୀ ଛାତ୍ର ସୂର୍ଯ୍ୟକାନ୍ତ ସ୍ୱାଇଁ(୨୫)ବର୍ଷୀୟ ହୃଦରୋଗରେ ମୃତ୍ୟୁ ହୋଇଛି । ସୂଚନାଥାଉ କି, ଶ୍ରୀ ସ୍ୱାଇଁଙ୍କ ହୃଦରୋଗରେ ପୀଡିତ ହୋଇ ସ୍ୱାସ୍ଥ୍ୟବତା ବିଗିଡି ଯିବାରୁ ଗତ ୧୪ତାରିଖ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେହେଲ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ୧୮ତାରିଖ ଦିନ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ତେବେ ଶ୍ରୀ ସ୍ୱାଇଁଙ୍କ ପାଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ପରିବାର ପକ୍ଷରୁ ସମ୍ଭବପର ନଥିଲା । ଶ୍ରୀ ସ୍ୱାଇଁଙ୍କ ଭାଇ ଦିଲ୍ଲୀ ସ୍ଥିତ ଓଡ଼ିଆ ମହାମଞ୍ଚର ମୁଖ୍ୟ ଗୋବଦ୍‍ର୍ଧନ ଧଳଙ୍କୁ ଜଣାଇଥିଲେ । ଶ୍ରୀ ଧଳ ଏସମ୍ପର୍କରେ ତୁରନ୍ତ ଓଡ଼ିଶା ମୋ ପରିବାରକୁ ଅବଗତ କରାଇଥିଲେ । ଓଡ଼ିଶା ମୋ ପରିବାର ଏଦିଗରେ ପଦକ୍ଷେପ ଗ୍ରହଣ କରି ପାର୍ôଥବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ଆର୍ôଥକ ସହାୟତା କରିବା ସହ ଅନ୍ୟାନ୍ର ବ୍ରବସ୍ଥା ମଧ୍ୟ କରିଥିଲେ । ଓଡ଼ିଶା ମୋ ପରିବାର ଏବଂ ଓଡ଼ିଆ ମହାମଞ୍ଚର ମୁଖ୍ୟ ଗୋବର୍ଦ୍ଧନ ଧଳ ଓ ମନୋଜ ନାଏକଙ୍କ ମିଳିତ ଉଦ୍ୟମରେ ଶନିବାର ସକାଳେ ୧୧ରେ ପାର୍ôଥ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ôଚବା ପରେ ଆବାହକ ସେଠାରେ ଉପସ୍ଥିତ ରହି ପାର୍ôଥ ଶରୀରକୁ ଗ୍ରହଣ କରିଥିଲେ । ତା ପରେ ଶ୍ରୀ ସ୍ୱାଇଁଙ୍କ ଶରୀରକୁ ନିଜ ଗାଁକୁ ପଠାଇବା ପାଇଁ ଓଡିଶା ମୋ ପରିବାର ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏନେଇ ମୃତକଙ୍କ ପରିବାର ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love