ପରୀକୁ ନ୍ୟାୟ ଦେଇପାରିଲା ନାହିଁ ଏସଆଇଟି :ଗୋଲକ ମହାପାତ୍ର

ଭୁବନେଶ୍ୱର,ତା.୨୩/୧୨: ପରୀ ହତ୍ୟାକାଣ୍ଡର ତଦନ୍ତ ଦିଗହରା ହୋଇଛି । ଯେଉଁଭଳି ଭାବେ ଗଣମାଧ୍ୟମ ଆଗରେ ଏସଆଇଟି ମୁଖ୍ୟ ଅରୁଣ ବେଥ୍ରା ଏକ ଲିଖିତ ନାଟକ ପରିବେଷଣ କଲେ, ଏଥିରୁ ସ୍ପଷ୍ଟ ହୋଇଛି ଓଡିଶା ପୋଲିସର କୌଣସି ଦକ୍ଷତା ନାହିଁ । ସବୁ ସ୍ଥାନରେ ଅରୁଣ ବ୍ରୋଥା ଦରକାର । କାରଣ ସେ କେବଳ ସଠିକ୍ ତଦନ୍ତ କରିପାରିବେ ଏବଂ ରାଜ୍ୟସରକାରଙ୍କୁ ସୁରକ୍ଷା ଦେଇପାରିବେ । ବ୍ରୋଥାଙ୍କ ନାଟକ ରାଜ୍ୟବାସୀଙ୍କୁ ଚକିତ କରିଛି । ପରୀ ହତ୍ୟାକାଣ୍ଡ ଏବଂ ଏହି ଯେଉଁ ଘଟଣା ହୋଇଛି ଏହା ସାଙ୍ଗରେ କୌଣସି ସାମଞ୍ଜସ୍ୟ ନାହିଁ । ଜଣେ ଅରୁଣ
ଆଉ ଜଣେ ଅରୁଣକୁ ଘଂଟ ଘୋଡାଉଛନ୍ତି । ଏସଆଇଟି ହେଉଛି ସରକାରଙ୍କର ରକ୍ଷାକବଚ । ପରୀର ଅଙ୍ଗପ୍ରତ୍ୟଙ୍ଗ ଗୁଡିକ ଶାସକ ଦଳ ସଂପର୍କିୟ ପରିଜନ ମାନଙ୍କ ଦେହରେ ଲାଗିଛି । ଏଥିପାଇଁ ତରବରିଆ ଭାବେ ନାଟକ ଲେଖି ପରିବେଷଣ କରାଗଲା । ଏସଆଇଟି ତଦନ୍ତ ରିପୋର୍ଟ ହାଇକୋର୍ଟଙ୍କୁ ନଦେଇ ସର୍ବସମ୍ମୁଖରେ ପ୍ରକାଶ କରିବାର ରହସ୍ୟ କ’ଣ? ଅନ୍ୟପଟେ ଏନପିସିଆର କହିଥିଲା ଏହି ଘଟଣାର ତଦନ୍ତ ଭାର କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ବି ରାଜ୍ୟସରକାର କାହିଁକି ଚୁପ୍ ବସିଛନ୍ତି ି ବୋଲି ରାଜ୍ୟ ସାଧାରଣ ସଂପାଦକଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କିଛନ୍ତି ।ପବିତ୍ର ବିଧାନସଭା ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ, ପରୀ ସହ ଦୁଷ୍କର୍ମ ହେବାର କୌଣସି ପ୍ରମାଣ ନାହିଁ ଯାହାକି
ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଆଉ ଏବେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଜାଣିପାରିଲେ ଯେ, ପରୀ ସହ ଦୁଷ୍କର୍ମ ହୋଇଛି । ଘରେ ଯଦି ଗୋଟେ ମୂଷା ମରିକି ପଡେ ତେବେ ଆମ ସମସ୍ତଙ୍କୁ ଜଣାପଡେ ଗୋଟିଏ ଗାଁରେ ବୁଦା ମୂଳରେ ଝିଅର ଶବ ପଡିଲା କାହାକୁ ବାସନା ଟିକେ ହେଲାନାହିଁ । ପୋଲିସର ଡଗ୍ ସ୍କ୍ୱାର୍ଡ ସେ ବାସ୍‌ନା ଶୁଂଘି ସେ ସ୍ଥାନରେ ପହଂଚି ପାରିଲା ନାହିଁ । ତେଣୁ ଏହା ହେଉଛି ସବୁୁଠାରୁ ବଡ ମିଥ୍ୟା
ଅଭିଯୋଗ । ଗୋଟିଏ ନାଟକକୁ କରିବା ପାଇଁ ବ୍ରୋଥା ଯେଉଁ ମିଥ୍ୟା କହିଛନ୍ତି ସେ ମିଥ୍ୟା କେଉଁଠି ନା କେଉଁଠି ନାଟକ ସାଙ୍ଗରେ ମିଶୁନି ଏବଂ ଯେଉଁଭଳି ଭାବରେ କହିଥିଲେ ପୋଲିସ ପାଖରେ ତାଙ୍କର ଡ୍ରେସ୍ ଥିଲା ଯଦି ପୋଲିସ୍ ପାଖରେ ତାଙ୍କର ଡ୍ରେସ୍ ଥିଲା ତେବେ ପୋଲିସ କାହିଁକି ଫରେନ୍ସିକୁ ପଠାଇନଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ନାଟକ ଲେଖିବା ପାଇଁ ଯେତିକି ଲେଖାଯାଇଛି ସେତିକି ପରିବେଷଣ କରାଯାଇଛି । ଏଥିରେ ଏକ ପ୍ରତିଶତ ସତ୍ୟତା ନାହିଁ ।
ଯେଉଁମାନଙ୍କ ନାମ ପରୀର ବାପା ମା ନେଉଥିଲେ ତାଙ୍କୁ ଦିନେ ବି ଜେରା କରାଗଲା ନାହିଁ କାହିଁକି ? ମନ୍ତ୍ରୀ ଅରୁଣ ସାହୁଙ୍କୁ କାହିଁକି ତଦନ୍ତ ପରିସରଭୃକ୍ତ କରାଗଲା ନାହିଁ? ରାଜ୍ୟସରକାରଙ୍କୁ ସୁରକ୍ଷା ଦେବା ପାଇଁ ଗୋଟିଏ ନିରୀହ ପିଲାକୁ ଲାଂଚ ଯାଚି ଧମକ ଦେଇ ଅପରାଧୀ ସଜାଇ ଦିଆଯାଇଛି । ମୃତ୍ୟୁ ପରେ ୫ ବର୍ଷର ଛୋଟିଆ ପିଲାର ଶବ ସହ ଦୁଷ୍କର୍ମ ହୋଇଛି ବୋଲି ବ୍ରୋଥା ବାବୁ ଜାଣିଲେ କିପରି? ସାଂଘାତିକ ଭାବରେ ଗୋଟିଏ ନିରୀହ ପିଲାକୁ ନେଇ ଫସାଇଛନ୍ତି ଏଠି ପରୀକୁ ନ୍ୟାୟ ମିଳିନାହିଁ । ଯଦି ଏକଥାରେ ସତ୍ୟତା ଅଛି ତେବେ ଆଉ ତଦନ୍ତ କରନ୍ତୁ ନାହିଁ ।
ଏସଆଇଟି ତଦନ୍ତ ସରିଗଲା ଏବେ ପରୀ ହତ୍ୟାକାଣ୍ଡ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରାଯାଉ । ସିବିଆଇ ତଦନ୍ତ କଲେ ଜଣାପଡିବ କିଏ ମିଛ କହୁଛି ଏବଂ କିଏ ପ୍ରକୃତ ଅପରାଧୀ । ବିଜେପି ପକ୍ଷରୁ ଚାଲିଥିବା ‘ପରୀକୁ ନ୍ୟାୟ ପଦଯାତ୍ରା’ ଆନ୍ଦୋଳନକୁ ଦେଖି ରାଜ୍ୟସରକାର ଭୟଭୀତ ହୋଇଗଲେଣି । ସେଥିପାଇଁ ଲିପାପୋଛା କରିବା ହତ୍ୟାକାଣ୍ଡକୁ ଘୋଡାଇବୋ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ଏ ନାଟକ ରଚାଯାଇଛି । ଏହାଦ୍ୱାରା ପରୀକୁ ନ୍ୟାୟ ମିଳିବ ନାହିଁ । ଓଡିଶାରେ ୫୫୦୩ ଶିଶୁଙ୍କର ଯେଉଁ ଅପହରଣ ହୋଇଛି ତାଙ୍କ ବାପା ମାଙ୍କୁ ମଧ୍ୟ ନ୍ୟାୟ ମିଳିପାରିବାନାହିଁ । ଏହାପଛରେ ଗୋଟିଏ ବଡ ଅଙ୍ଗତସ୍କରୀର ର‌୍ୟାକେଟ୍ କାମ କରୁଛି ଯାହାକୁ ବିଜେଡି ସୁରକ୍ଷା ଦେଉଛି । ଯଦି ମୁଖ୍ୟମନ୍ତ୍ରୀ ନିଜକୁ ସ୍ୱଚ୍ଛ ବୋଲି କହୁଛନ୍ତି ତେବେ ତୁରନ୍ତ ଏହି କେସକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ ।

Spread the love