ପୁଣି ମୋଦିଙ୍କୁ ଟାର୍ଗେଟ କଲେ କେଜରିୱାଲ !

ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।  ଏପ୍ରସଙ୍ଗରେ ଆଜି ଆମ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ନିଜ ପିଲାଙ୍କୁ ଚୌକିଦାର କରିବା ପାଇଁ ଚାହୁଁଥିଲେ, ମୋଦିଙ୍କକୁ ଭୋଟ ଦିଆ ବୋଲି କହିଛନ୍ତି କେଜରିୱାଲ ।

ଅନ୍ୟପଟେ ପିଲାଙ୍କୁ ଉତ୍ତମ ଶିକ୍ଷା ଦେଇ ଡକ୍ଟର, ଇଞ୍ଜିନିୟର ଓ ଓକିଲ କିରବା ପାଇଁ ଚାହୁଁଥିଲେ ସଚ୍ଚୋଟ ଲୋକ ତଥା ଆମ ଆଦମି ପାର୍ଟକୁ ଭୋଟ୍ ଦିଅ ବୋଲି ମଧ୍ୟ କହିଛନ୍ତି । ସୂଚନାଯୋଗ୍ୟ ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ମୋଦି ଲଂଚ କରିଥିଲେ ।

ବିଜେପିର ‘ମେ ଭି ଚୌକିଦାର’ ଅଭିଯାନ ଅନୁସାରେ ମୋଦି, ମନ୍ତ୍ରୀଙ୍କ ସମେତ ନେତାମାନେ ଟ୍ୱିଟର ହ୍ୟାଣ୍ଡେଲରେ ନିଜ ନାମ ସହ ଚୌକିଦାର ଲେଖିଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ପ୍ରଚାର ଯୁଦ୍ଧ । ତା’ପୂର୍ବରୁ କଂଗ୍ରେସ ଆରମ୍ଭ କରିଥିଲା ଚୌକିଦାର ଚୋର ହେ । ତେବେ କଂଗ୍ରେସର କ୍ୟାମ୍ପେନ ଠାରୁ ଢ଼େର ଅଧିକ ଥର ଟ୍ରେଣ୍ଡ ହୋଇଥିଲା ବିଜେପିର ‘ମେ ଭି ଚୌକିଦାର’ କ୍ୟାମ୍ପେନ୍ ।

Spread the love