ପରୀ ଓ ୫ ହଜାର ନିଖୋଜ ଶିଶୁଙ୍କ ପାଇଁ ଗାଁ ଗାଁରେ ଆନ୍ଦୋଳନ କରିବ ବିଜେପି: ସମୀର ମହାନ୍ତି

ନୟାଗଡ ଯଦୁପୁରର କୁନି ପରି ସମେତ ଓଡିଶାର ନିଖୋଜ ୫ ହଜାର ପିଲାଙ୍କୁ ଖୋଜିବା ଦାବି ନେଇ ବିଜେପି ପକ୍ଷରୁ ଚାଲିଥିବା ପଦଯାତ୍ରା ଆଜି ନୟାଗଡରେ ଶେଷ ହୋଇଛି । ତେବେ ଏହି ପ୍ରତିବାଦ ଆଗାମୀ ଦିନରେ ଗାଁ ଗାଁରେ ହେବ । ଯେଉଁ ପର୍ଯ୍ୟନ୍ତ ରାଜ୍ୟସରକାର ପରୀ ସମେତ ୫ ହଜାର ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ଦେଇପାରିନାହାଁନ୍ତି ସେ ଯାଏଁ ବିଜେପି ସ୍ଥିର ଭାବେ ବସିପାରିବ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି ।

ଆଜି ଓଡିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ଭବିଷ୍ୟତମାନେ ନିଖୋଜ ହେଇଯାଉଛନ୍ତି, ମା କୋଳ ଶୂନ୍ୟ ହୋଇଯାଉଛି, ହେଲେ ରାଜ୍ୟସରକାର ସ୍ଥାଣୁ ପାଲଟିଛନ୍ତି । ନୟାଗଡ ଯଦୁପୁର ଗାଁର ନିରୀହ ଶିଶୁ ପରୀକୁ ଅପହରଣ କରାଗଲା । ପରିବାର ଲୋକେ ଅଙ୍ଗତସ୍କରୀ ଅଭିଯୋଗ ଆଣିଛନ୍ତି । ସେପଟେ ନିଖୋଜ ଶିଶୁର ସଂପୂର୍ଣ୍ଣ ଶରୀର ଏଯାଏଁ ମିଳିଲା ନାହିଁ । ଆଉ ଏପରି ପରିସ୍ଥିତିରେ ରାଜ୍ୟ ସରକାର ସେ ପରିବାରକୁ ନ୍ୟାୟଦେବା ବଦଳରେ ତାଙ୍କ ଦଳର ନେତା ବାବୁଲି ନାଏକ ଓ ତାଙ୍କ ମବୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି । ସେପଟେ ଘଟଣାର ତଦନ୍ତ ଦାୟୀତ୍ୱ ଦେଇଥିବା ଆଇପିଏସ ଅରୁଣ ବ୍ରୋଥା ଏବେ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଲିପାପୋତା
କାମରେ ଲାଗିଛନ୍ତି । ପରିବାର ଲୋକେ ବାରମ୍ବାର ଏହି ଘଟଣାରେ ମବୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆଣିଥିବାବେଳେ ତାଙ୍କୁ ତୁରନ୍ତ ମବୀ ମଣ୍ଡଳରୁ ବହିଷ୍କାର କରିବା ସହ ଘଟଣାର ସବିଆଇ ତଦନ୍ତ ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଗଠିତହୋଇଥିବା ଏସଆଇଟିକୁ ନିଜେ ସରକାର ମନିଟର କରୁଛନ୍ତି । ହେଲେ ରାଜ୍ୟବାସୀଙ୍କୁ ଏହା କୋର୍ଟ ମନିଟେର୍ଡ ବୋଲି କହି ଭକୁଆ ବନେଇବାରେ ଲାଗିଛନ୍ତି । ପୀଡିତାର ମା ଯେଉଁମାନଙ୍କ ନାଁରେ ଅଭିଯୋଗ କରିଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୃକ୍ତ ନକରିବା ଆଜି ତଦନ୍ତ ପକ୍ରିୟାରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଟୁଇଟର କିଙ୍ଗ ବୋଲି ଆମେ ଜାଣିଥିଲୁ ଏବେ ସେ ଜଣେ ଭଲ ସ୍କ୍ରିପ୍ଟ ରାଇଟର ଓ ଷ୍ଟୋରି ଟେଲର ବୋଲି ଜଣାପଡିଛି । ଆଜି ରାଜ୍ୟରେ ଶିଶୁ ହଜିବା ନିତିଦିନିଆ ଘଟଣା ପାଲଟିଛି । ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଗୁରୁତ୍ୱ ନେଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏପରି ସ୍ଥିତିରେ ଏ ଅପାରଗ ସରକାର ବିରୁଦ୍ଧରେ ଜନଜାଗରଣ କରିବା ପାଇଁ ଦାୟୀତ୍ୱ ସଂପର୍ଣ୍ଣ ବିରୋଧୀଦଳ ଭାବେ ବିଜେପି ଗାଁ ଗାଁରେ ବୁଲି ପ୍ରତିବାଦ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୧୪୭ ବିଧାନସଭାରେ ପରୀକୁ ନ୍ୟାୟ ପଦଯାତ୍ରାରେ ସାମିଲ ହୋଇଥିବା ଲକ୍ଷ ଲକ୍ଷ ପଦଯାତ୍ରୀଙ୍କ ପରିଶ୍ରମ ବୃଥା ଯିବନି । ପରୀ ସମେତ ସମସ୍ତ ନିଖୋଜ ହୋଇଥିବା ଶିଶୁଙ୍କ ମା’ ମାନେ ନି୧⁄୨ିତ ନ୍ୟାୟ ପାଇବେ । \”ପରୀକୁ ନ୍ୟାୟ ପଦଯାତ୍ରା’ରେ ସାମିଲ ହୋଇଥିବା ପଦଯାତ୍ରୀ ଦଳ ପ୍ରଥମେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୧ୁଖରେ ଚାଲିଥିବା ଧାରଣାସ୍ଥଳକୁ ଯାଇଥିଲେ । ବିଜେପି ନେତ୍ରୀ ଇରାନୀ ରାୟଙ୍କ ନେତୃତ୍ୱରେ ୨୦ ଦିନ ଧରି ଧାରଣାରେ ବସିଥିବା ବିଜେପି କାର୍ଯ୍ୟକର୍ତା ଓ ନେତୃବୃନ୍ଦଙ୍କୁ ରାଜ୍ୟସଭାପତି ଶ୍ରୀ ମହାନ୍ତି ସାଧୁବାଦ ଜଣାଇବା ସହ ସେମାନଙ୍କୁ ପଇଡ ପାଣି ପିଆଇ ସେମାନଙ୍କ ସତ୍ୟାଗ୍ରହ ଭଙ୍ଗ କରାଇଥିଲେ । ଏହା ପରେ ପଦଯାତ୍ରୀମାନେ ସଭାସ୍ଥଳକୁ ଆସିଥିଲେ ।
ପରୀର ଆଖି ଓ କିଡିନ୍‌କୁ ଚୋରି କରାଯାଇଛି । ମୃତା ପରୀ ଆଜି ନ୍ୟାୟ ମାଗୁଛି । ଏହି ଅନ୍ଧ ମୁକ ବଧିର ଧୃତରାଷ୍ଟ୍ରର ସରକାର କେବେ ବି ପରୀକୁ ନ୍ୟାୟ ଦେଇ ପାରିବ ନାହିଁ । ପରୀକୁ ନ୍ୟାୟ ଦେବା ପାଇଁ ଓଡିଶାର ଯୁବକମାନେ ଆଗେଇ ଆସନ୍ତୁ । ମବୀ ଅରୁଣ ସାହୁଙ୍କ ବହିଷ୍କାର ଓ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ନହେବା ଯାଏଁ ଏ ଲଢେଇ ଜାରି ରଖିବାକୁ ବିଜେପି ସାଂସଦ ଶ୍ରୀ ବସନ୍ତ ପଣ୍ଡା ଆହ୍ୱାନ ଦେଇଛନ୍ତି ।
ରାଜ୍ୟସରକାରଙ୍କ ପୋଲିସ ସ୍ଥାଣୁ ପାଲଟିଛି । ଏସଆଇଟି ମୁଖ୍ୟ ନିରୀହ ନାବାଳକକୁ ଦୋଷୀ ସଜାଇ ମବୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା କାର୍ଯ୍ୟ କରିଛନ୍ତି । ଗିରଫ ହୋଇଥିବା ସରୋଜ ସେଠୀକୁ ଫସାଇବା ପାଇଁ ଏସଆଇଟି ଷଡଯନ୍ତ୍ର କରିଥିବା କଥା ଗଣମାଧ୍ୟମରେ ଖୋଦ୍‌ ସରୋଜ ବୟାନ ଦେଇଛି । ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ସରକାର ଚାହୁଁ ନାହାଁନ୍ତି। ଶିଶୁ ଅପହରଣ, ହତ୍ୟା ଓ ଅଙ୍ଗତସ୍କରୀଗ୍ୟାଙ୍ଗ ପଛରେ ବିଜେଡିର ହାତ ରହିଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା  ଇରାନୀ ରାୟ ଅଭିଯୋଗ କରିଛନ୍ତି। ପରୀ ହତ୍ୟାକାଣ୍ଡରେ ବିଜେଡିର ସଂପୃକ୍ତି ରହିଛି। ଶାସକଦଳ ମବୀ ଅରୁଣ ସାହକୁ ସୁରକ୍ଷା ଦେବା ପାଇଁ ବିଧିବଦ୍ଧ ଭାବେ ଷଡଯନ୍ତ୍ର ରଚାଯାଇଛି। ରାଜ୍ୟସରକାରଙ୍କ ଏସଆଇଟି ଉପରେ ଆମର ବିଶ୍ୱାସ ନାହିଁ। ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ଏସଆଇଟି ବୟାନ ରଖୁଛି । ଏହି ହତ୍ୟାକାଣ୍ଡରେ ଅନେକ ଲୋକଙ୍କ ହାତ ରହିଛି । ରାଜ୍ୟରେ କେବଳ ଜଣେ ପରୀ ନୁହେଁ ଏହି ପଦଯାତ୍ରା ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ନମିଳିବା ଯାଏଁ ବିଜେପି ଚୁପ୍ ବସିବନି। ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହ ମବୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ । ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁମାନଙ୍କୁ ନ୍ୟାୟ ନମିଳିବା ଯାଏଁ ଏହି ଲଢେଇ ଜାରି ରହିବ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଚେତାବନୀ ଦେଇଛନ୍ତି । ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ରବିବାର ଦିନ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଞ୍ଛପରୀକୁ ନ୍ୟାୟ ପାଇଁ ପଦଯାତ୍ରା‛ ଆଜି ନୟାଗଡ ଠାରେ ଶେଷ ହୋଇଛି। ପଂଚମ ଦିନରେ ପଦଯାତ୍ରା ଇଟାମାଟିରୁ ନୟାଗଡ ଯଦୁପୁର ଅଭିମୁଖେ ବାହାରିଥିଲା । ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତାମାନେ ସାମିଲ ହେବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଦାବି କରିଛନ୍ତି । ପରୀକୁ ନ୍ୟାୟ ଦେବା ଦାବିରେ ଏକ ବିଶାଳ ଜନ ସମାବେଶ ଆୟୋଜିତ ହୋଇଥିଲା । ସମାବେଶ ପରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଯଦୁପୁର ଗାଁକୁ ଯାଇ ପରୀର ବାପା, ମା’ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।
ଏହି ସମାବେଶରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ ଓ କୁସୁମ ଟେଟେ, ପୂର୍ବତନ ମବୀ କେ.ଭି ସିଂହଦେଓ ଓ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ଅନୀତା ପ୍ରିୟଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ଅମର ନାୟକ ଓ ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି, ବିରଂଚୀ ତ୍ରିପାଠି,
ଉମାକାନ୍ତ   ପଟ୍ଟନାୟକ ଓ ଠାକୁର ରଂଜିତ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ , ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇ, କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି, ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଏହି ପଦଯାତ୍ରା ଅବସରରେନପଦଯାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଛାତ୍ରନେତା ତଥା ସମାଜର ବିଭିନ୍ନ କ୍ଷେତ୍ରର ନେତୃତ୍ୱମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love