୨ଟି ଲେଖାଏଁ ଡଷ୍ଟବିନ୍ ନ ରଖିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ବିଏମ୍‌ସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ରାସ୍ତାକଡ ବ୍ୟବସାୟୀ ତଥା ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନଙ୍କୁ ଉଦେଶ୍ୟ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଭୁବନେଶ୍ବର ମହାନଗର ନିଗମ କର୍ତ୍ତୁପକ୍ଷଙ୍କ ତରଫରୁ ବାରମ୍ବାର ସଚେତନ କରିବାପରେ ବି ଅଧତ୍କାଂଶ ବ୍ୟବସାୟୀ ଦୁଇଟି ଲେଖାଏଁ ଡଷ୍ଟବିନ୍ ବ୍ୟବହାର କରୁ ନାହାନ୍ତି।ଏପରି କି ନିଜ ବ୍ୟବସାୟ କାରବାର ଶେଷ ହେବା ପରେ ବର୍ଜ୍ୟବସ୍ତୁକୁ ରାସ୍ତାରେ ତଥା ଏଣେ ତଣେ ପକାଇ ଅଳିଆ କରୁଛନ୍ତି।

ଏହା ନାଗରିକଙ୍କୁ ପରିମଳ ସେବା ଯୋଗାଇବାରେ ଏବଂ ସହରର ସ୍ବଚ୍ଛତା ଆଣିବାରେ ବାଧକ ସାଜିଛି। କେତେକ ସ୍ଥାନରେ ଉଲ୍ଲଙ୍ଘନକାରୀଙ୍କର ଉଚ୍ଛେଦ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସଂପୃକ୍ତ ବ୍ୟବସାୟୀମାନେ ଦୁଇଟି ଡଷ୍ଟବିନ୍ ରଖୁ ନାହାନ୍ତି।ଏପରି ଆଚରଣରେ ସୁଧାର ନ ଆଣିଲେ ୨୮ ଡିସେମ୍ବର ୨୦୨୦ରୁ ସଂପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଆର୍ଥତ୍କ ଜୋରିମାନା ସାଙ୍ଗକୁ ନିୟମ ଉଲ୍ଲଙ୍ଘନ ଜନିତ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ। ଦୋକାନ ଉଚ୍ଛେଦ କରାଯିବ ଏବଂ  ଦୋକାନକୁ ସିଲ୍ କରାଯିବ।ଏଣୁ ସମସ୍ତ ରାସ୍ତାକଡ ବ୍ୟବସାୟୀ ତଥା ଅନ୍ୟ ବ୍ୟବସାୟୀମାନେ ଦୁଇଟି ଲେଖାଁଏ  ଡଷ୍ଟବିନ ରଖିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

Spread the love