ସୁମା ରିଅଲ୍ ମିଡିଆର ଦ୍ବିତୀୟ ଅବଦାନ: ଆଜି ‘ମନ ନେଇଗଲୁରେ’ ଚଳଚ୍ଚିତ୍ରର ଶୁଭ ମହୁରତ୍

ଭୁବନେଶ୍ୱର,୨୫/୧୨: ଆଜି ସୁମା ରିଅଲ୍‌ ମିଡିଆର ଦ୍ବିତୀୟ ଅବଦାନ ‘ମନ ନେଇଗଲୁ ରେ’ ଚଳଚ୍ଚିତ୍ରର ଶୁଭ ମହୁରତ୍। ଏହା ଫିଲ୍ମ ଟି ଯୁବପିଢ଼ିଙ୍କ କଲେଜ ଜୀବନ ଉପରେ ଆଧାରିତ । ଏହି ଫିଲ୍ମରେ ଆକ୍ସନ, ରୋମାନ୍ସ ସାଙ୍ଗକୁ କମେଡିର ତଡ଼କା ରହିଛି। ଏହାର  ପ୍ରଯୋଜନା ଭାର ସୁନୀଲ କୁମାର ଦାସ ସମ୍ଭାଳିଥିବା​‌ ବେଳେ ନିର୍ଦ୍ଦେଶନା ଭାର ସଞ୍ଜୟ ନାୟକ ନେଇଛନ୍ତି। ଫିଲ୍ମରେ ନାୟକ ଭୂମିକାରେ ଜ୍ୟୋତି ନଜର ଆସିବେ ଏବଂ ନାୟିକା ଭୂମିକାରେ ଭୂମିକା ନଜର ଆସିବେ।

ଦିଲୀପ କୁମାର ଦାସ ଏହି ସୁନ୍ଦର କାହାଣୀ ଲେଖିଛନ୍ତି। ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ତତ୍ବାବଧାନରେ କଟକ ଶକ୍ତି ଷ୍ଟୁଡିଓରେ ଫିଲ୍ମର ଟାଇଟଲ୍ ସଙ୍ଗ୍ ରେକର୍ଡିଂ ହୋଇଛି। ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଜ୍ୟୋତିର୍ମୟୀ ଗୀତରେ କଣ୍ଠଦାନ କରିଛନ୍ତି। ଫିଲ୍ମଟି ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜକ ସୁନୀଲ କୁମାର ଦାସ କହିଛନ୍ତି। ଫିଲ୍ମର ୪ଟି ଗୀତ ରହିଛି। ସେଥିମଧ୍ୟରୁ କଟକ ଶକ୍ତି ଷ୍ଟୁଡିଓରେ ଫିଲ୍ମର ଟାଇଟଲ ସଙ୍ଗ୍ ରେକର୍ଡ ହୋଇ ସାରିଛି।

Spread the love