ଉତ୍କଳ ବିଶ୍ୱବିଦ୍ୟାଳୟରେ ବଦଳିଲା ସମାବର୍ତନ ଉତ୍ସବ ସମୟ

2016-17 ଶିକ୍ଷାବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରୁ ପିଏଚ୍‌ଡି, ଡିଲିଟ୍‌, ସ୍ୱର୍ଣ୍ଣ ପଦକ ଓ ଅନ୍ୟାନ୍ୟ ପ୍ରାୟୋଜିତ ପୁରସ୍କାର ଆସନ୍ତା 25 ତାରିଖରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ସେହିଦିନ ଅପରାହ୍ଣ 3ଟା 30ରେ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପଞ୍ଜୀକରଣ ସମୟ ସେହିଦିନ ଅପରାହ୍ଣ 1ଟା 30 ରଖାଯାଇଛି। ସେହିପରି 2017-18 ଶିକ୍ଷାବର୍ଷ ପାଇଁ ମାର୍ଚ୍ଚ 29 ଅପରାହ୍ଣ 4ଟାରେ 49ତମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେବ। ପୂର୍ବରୁ 29 ତାରିଖ ପୂର୍ବାହ୍ନରେ ଏହି ଉତ୍ସବ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏଥିପାଇଁ ପଞ୍ଜୀକରଣ ସମୟ ସେହିଦିନ ଅପରାହ୍ଣ 2ଟା ରଖାଯାଇଛି। ଏଥିରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହେବାକୁ ଥିବା ଛାତ୍ରଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ରୁ ଅଧିକ ତଥ୍ୟ ଜାଣିପାରିବେ ବୋଲି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଆଜି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା‌ ଦେଇଛନ୍ତି।

Spread the love