କ୍ୟାପଟେନ ଏମଏନ ସାମନ୍ତଙ୍କ ପରଲୋକ

ବାଲାଂଦେଶ ଯୁଦ୍ଧ (1971) ସମୟରେ ଗୁରୁତ୍ୱ ଭୂମିକା ତୁଲାଇଥିବା ଭାରତୀୟ ପଣ୍ଡୁବୀର ବରିଷ୍ଠ କମାଣ୍ଡର କ୍ୟାପଟେନ ଏମ.ଏନ.ସାମନ୍ତଙ୍କ ପରଲୋକ ହୋଇଯାଇଛି । ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ସାମନ୍ତ ବାଂଲାଦେଶ ଜଳସେନାକୁ ସୁରକ୍ଷା ଦେଉଥିଲେ । ଜଣେ ଅଧିକାରୀ କହିଛନ୍ତି, ହୃଦଘାତ ଯୋଗୁଁ ସାମନ୍ତଙ୍କ ବୁଧବାର ପରଲୋକ ହୋଇଯାଇଛି ।  କ୍ୟାପଟେନ ଏମ.ଏନ.ସାମନ୍ତ ଜୁହୁସ୍ଥିତ ଭାରତୀୟ ଆରୋଗ୍ୟ ନିଧି ହସ୍ପିଟାଲରେ ଶେଷ ନିଃଶ୍ୱାସ ନେଇଛନ୍ତି । ତାଙ୍କର ପରିବାରରେ ସ୍ତ୍ରୀ ନିର୍ମଳା ଏବଂ ଝିଅ ଉଜ୍ଜଳା, ନତାଶା ଏବଂ ମେଘନା ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମଯ୍ୟାଦାର ସହିତ ଭିଲେ ପାର୍ଲେ ଶ୍ମଶାନରେ କରାଯିବ । 1971 ଯୁଦ୍ଧରେ ଅଦମ୍ୟ ସାହାସ ଏବଂ ଶକ୍ତି ପ୍ରଦର୍ଶନ କରିଥିବା ଯୋଗୁଁ ତାଙ୍କୁ ମହାବୀର ଚକ୍ରରେ ସମ୍ମାନୀତ କରାଯାଇଥିଲା ।

ତତ୍କାଳୀନ ପୂର୍ବ ପାକିସ୍ତାନର ମୋଙ୍ଗାଲା ଏବଂ ଖୁଲନା ବନ୍ଦରରେ ଆକ୍ରମଣ କରିଥିବା ପୋତର ସେ ଥିଲେ କମାଣ୍ଡର । ସେ ବିପଦପୂର୍ଣ୍ଣ ଅଂଚଳ ଏବଂ ଅଜ୍ଞାତ ରାସ୍ତାରେ ନିଜ ଟିମର ନେତୃତ୍ୱ ନେଇଥିଲେ । ମୋଙ୍ଗଲା ପୋର୍ଟରେ ଶତ୍ରୁଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପାକିସ୍ତାନର ବଡ଼ କ୍ଷତି ହୋଇଥିଲା । ଖୁଲନା ପୋର୍ଟରେ ବହୁ ସଂଖ୍ୟାରେ ଶତ୍ରୁ ଥିବା ବେଳେ ସାମନ୍ତ ଆଦୌ ଖାତିର ନକରି ଆକ୍ରମଣ କରିଥିଲେ । ଏଠାରେ ଭୀଷଣ ଯୁଦ୍ଧ ହୋଇଥିଲା । ଆକ୍ରମଣରେ ବାଂଲାଦେଶ ମୁକ୍ତିବାହିନୀର 2ଟି ଡଙ୍ଗା ବୁଡ଼ିଯାଇଥିଲା । ଏହି 2ଟି ଡଙ୍ଗା ଜରିଆରେ ଭାରତୀୟ ସେନାର ଯବାନମାନେ ବାଂଲାଦେଶ ସହିତ ମିଶି ପାକିସ୍ତାନୀଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିଲେ ।  

Spread the love