ଭୁବନେଶ୍ୱରରେ ସ୍ଥାପନ ହେବ ବାଉଁଶ ରିସର୍ଚ୍ଚ ସେଣ୍ଟର

ଖୁବଶୀଘ୍ର ଭୁବନେଶ୍ୱରରେ ସ୍ଥାପନହେବ ବାଉଁଶ ରିସର୍ଚ୍ଚ ସେଣ୍ଟର । ଏନେଇ 20 ତରିଖରେ ହୋଟେଲ ସୂର୍ଯ୍ୟାଂସୀରେ  ଦିନିକିଆ ଜାତୀୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡର ସହଯୋଗରେ ଜେକେ ପେପର ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଏହି କର୍ମଶାଳାରେ ଓଡିଶା ସମେତ ଦେଶ ଓ ବିଦେଶର ବାଉଁଶ ବିଶେଷଜ୍ଞମାନେ ଯୋଗଦେଇଥିଲେ ।

ଏଥିରେ ଯୋଗଦେଇ ସେମାନେ କହିଥିଲେ ଯେ, ବାଉଁଶ ରିସର୍ଚ୍ଚ ସେଣ୍ଟର ଓଡିଶାରେ ସ୍ଥାପନ ହେଲେ ବିଦେଶ ଜ୍ଞାନ କୌଶଳ ପ୍ରୟୋଗ କରାଯିବ । ଏଥିରେ ଯେଉଁ ନିଯୁକ୍ତି ସୃଷ୍ଟି ହେବ ସେଥିରେ ଓଡିଶାର ଯୁବକଯୁବତୀମାନେ ଉପକୃତ ହେବେ ବୋଲି କହିଛନ୍ତି ଜେକେ ପେପରର ଜେନେରାଲ ମ୍ୟାନେଜର ପ୍ରଫେସର ପ୍ରଫୁଲ୍ଲ ଧଳ ।  ଏହାଛଡା ଓଡିଶାର ବିକାଶ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିବ । ବାଉଁଶ ଓ ଘାସରୁ ବିଭିନ୍ନ ପ୍ରକାର ଜିନିଷ ତିଆରି ହୋଇ ଓଡିଶା ବଜାରକୁ ଆସିବ । ଫଳରେ ଓଡିଶାରୁ ଏହି ଜିନିଷ ଗୁଡିକ ବାହାର ରାଜ୍ୟକୁ ରପ୍ତାନୀ ହେବ ।

ଆଗାମୀ ଦିନରେ ବାଉଁଶ ଓଡିଶାର ଅର୍ଥନୈତିକ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କାର୍ଯ୍ୟକ୍ରମରେ ବାଉଁଶ ବିଶେଷଜ୍ଞ ଡ. ବିଏନ ମହାନ୍ତି( ଆପିଆଇଆରଟିଆଇ ବାଙ୍ଗାଲୁରୁ) ପଙ୍କଜ ଅରୋରା( ହରିୟାଣା), ହରିଶ ଦାଶ( ୟୁନାଇଟେଡ ଷ୍ଟେଟ୍ସ), ଜନ୍ମେଞ୍ଜୟ ମହାନ୍ତି ( ଅରୋଭିଲ୍ଲା ବାଉଁଶ ସେଣ୍ଟର ପୁଡୁଚରୀ) ଡ. ଏନ ଭାରତୀ( ତାମିଲନାଡୁ), ନିରାକାର ଭୋଳ( ଓୟୁଏଟି ଭୁବନେଶ୍ୱର) ଧ୍ରୁବଚରଣ ବଳ ଡିଜିଏମ୍  ଏଗ୍ରି ଫାଇନାନ୍ସ ଏସବିଆଇ ଭୁନେଶ୍ୱର), ଅମ୍ବିକା ନନ୍ଦ( ଟାଟା ଷ୍ଟିଲ) ବିଶ୍ୱଜିତ ଦିଓ୍ବେଦି, ବସନ୍ତ କୁମାର ଦାଶ(Basanta Kumar Dash Director, Handicraft & Cottage Industries, Government of Odisha, ) ପ୍ରଫେସର ବିନୟ  ଜେନା, ପିକେ ମହାପାତ୍ର ( ଡିଜିଏମ ନାବାର୍ଡ) କପିଲ କୂଲ, ଜେକେ ଗ୍ରୁପ   ପ୍ରଫେସର ଶ୍ରନିବାସ ସୁବରୋ  ପ୍ରମୁଖ ଉପସ୍ଥିତ ଥିଲେ ।

Spread the love