ଅସହାୟ ଲୋକଙ୍କୁ କମ୍ବଳ ଏବଂ ମାସ୍କ ବଣ୍ଟନ

ଭୁବନେଶ୍ୱର, ୨୮/୧୨: ରାସ୍ତା କଡ଼ରେ ଦୟନୀୟ ଅବସ୍ଥାରେ ରହୁଥିବା, ଦିବ୍ୟାଙ୍ଗ, ବୃଦ୍ଧ ଏବଂ ଅସହାୟ ଗରିବ ଲୋକଙ୍କୁ ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ଏବଂ ଆଲ୍ବେଜ ଉଇଥ ୟୁ କ୍ଳବ ର ମିଳିତ ଉଦ୍ୟମ ରେ ଭୁବନେଶ୍ୱର ସ୍ଥିତ ମାଷ୍ଟର କେଂଟିନ, ରାମ ମନ୍ଦିର ଏବଂ ରାଜମହଲ ଏରିଆରେ କମ୍ବଳ ବଣ୍ଟନ କରାଯାଇଥିଲା। କରୋନା ମହାମାରୀ ସକାଶେ ଏହି ବର୍ଷ ଗରିବ ଲୋକ ମାନଙ୍କୁ କମ୍ବଳ ସହିତ ମାସ୍କ ମଧ୍ୟ ଯୋଗେଇ ଦିଆ ଯାଇଥିଲା ।

 

ଏହି କାର୍ଯ୍ୟକ୍ରମରେ ସଂଗଠନର ୮ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏପରି ଆହୁରି ଅସହାୟଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ।

Spread the love