କିନ୍ନରଙ୍କୁ ଭୁଲରେ କରନ୍ତୁ ନାହିଁ ଏହି ଜିନିଷ ଦାନ, ନହେଲେ ଘରର ଅଶାନ୍ତି ବୃଦ୍ଧି ପାଇବ…

ସବୁ ଧର୍ମରେ ଦାନ କରିବା ଦ୍ୱାରା ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଯେକୌଣସି ପର୍ବ ହେଉ କି ଉତ୍ସବ ଗରୀବ ଲୋକଙ୍କୁ ଦାନ କରିବା ଦ୍ୱାରା ନିଜ ସହ ଘରର ମଙ୍ଗଳ ହୋଇଥାଏ । ହିନ୍ଦୁ ଧର୍ମରେ କିନ୍ନରମାନଙ୍କୁ ଦାନ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଶୁଭ କାର୍ଯ୍ୟ ସମୟରେ କିନ୍ନର ମାନଙ୍କୁ ଦାନ କରିଯାଇଥାଏ । ମାତ୍ର କିନ୍ନରମାନଙ୍କୁ ଦାନ କରିବା ପୂର୍ବରୁ କିଛିଟା କଥା ପ୍ରତି ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ?

ତେଲ: ବିଶ୍ୱାସ ଅଛି ଯେ, ଶନିବାର ସୋରିଷ ତେଲ ଦାନ କରାଯାଏ । ଏହାଦ୍ୱାରା ଦାରିଦ୍ର‌୍ୟତା ଦୂର ହେବା ସହ ଘରକୁ ଶାନ୍ତି ମିଳିଥାଏ । ମାତ୍ର ଏକଥା ବହୁ କମ୍ ଲୋକ ଜାଣିଥିବେ ଯେ, କିନ୍ନରମାନଙ୍କୁ ତେଲ ଦାନ କରିବା ଅନୁଚିତ୍ । ଏହାଦ୍ୱାରା ଘରର ଶାନ୍ତି ଫେରିଯିବା ସହ ଦାରିଦ୍ର‌୍ୟତା ମାଡି ବସିଥାଏ ।

ପୁରୁଣା କପଡା: ସାଧାରଣତଃ ଘର ସଫା କରିବା ସମୟରେ ବହୁ ପୁରୁଣା କପଡ଼ା ବା ଡ୍ରେସ୍ ଆମକୁ ମିଳିଥାଏ । ଯାହା ଆମେ କିଛିଦିନ ବ୍ୟବହାର କରି ରଖିଦେଇଥାଉ । ତେବେ ଏଭଳି ପୁରୁଣା କପଡ଼ା ମିଳିଲେ ଭୁଲରେ ବି କିନ୍ନରମାନଙ୍କୁ ଦେବେନାହିଁ । ନ ହେଲେ ଘରର ଶାନ୍ତି ନଷ୍ଟ ହୋଇଯାଏ ।

 

ପ୍ଲାଷ୍ଟିକ୍ ବୋତଲ: କିନ୍ନରମାନଙ୍କୁ ପ୍ଲାଷ୍ଟିକ୍ ବୋତଲ ଦାନ କରିବା ଦ୍ୱାରା ବହୁତ ଖରାପ ହୋଇଥାଏ । ଏହା କରିବା ଦ୍ୱାରା ପରିବାରରେ ବିଭିନ୍ନ ପ୍ରକାରର ରୋଗ ମାଡି ଆସିଥାଏ । ପରିବାରର ଯେକୌଣସି ସଦସ୍ୟ ବାରମ୍ବାର ରୋଗାଗ୍ରସ୍ତରେ ପଡିଥାଏ ।

Spread the love