ଓଡ଼ିଶାରେ ଜାନୁଆରି ୨ରୁ କୋଭିଡ-୧୯ ଟିକାର ଡ୍ରାଏ ରନ୍‌

ଓଡ଼ିଶା ସମେତ ଦେଶର ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଆସନ୍ତା ଜାନୁଆରି ୨ ତାରିଖରୁ କୋଭିଡ-୧୯ ଟିକାର ଡ୍ରାଏ ରନ୍‌ ଆରମ୍ଭ କରାଯିବ। ଓଡ଼ିଶାରେ ଏହା ଭୁବନେଶ୍ୱରେ ପରିଚାଳିତ ହେବ ବୋଲି ଜଣାଯାଇଛି। ଏ ନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଅନୁଷ୍ଠିତ ହୋଇଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଓଡ଼ିଶା ଅନୁରୋଧ କରିଛି ଯେ, ଭୁବନେଶ୍ୱର ସମେତ ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟାଳୟରେ ଥିବା ମୁଖ୍ୟ ଡାକ୍ତରଖାନାରେ ଏହି ଟିକାକରଣ  ପାଇଁ ଡ୍ରାଏ ରନ୍‌ କରାଯାଉ। ଟିକା ପ୍ରଦାନ ଅଭ୍ୟାସ ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାକୁ ଚିହ୍ନଟ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ୨୫ ଜଣ ହିତାଧିକାରୀ (ସ୍ୱାସ୍ଥ୍ୟ କର୍ମୀ)ଙ୍କୁ ଟିକା ଦିଆଯିବ। ଏଥି ପାଇଁ ପ୍ରତ୍ୟେକ ସ୍ଥାନରେ ୫ ଜଣିଆ ଟିମ୍‌କୁ ମୁତୟନ କରାଯିବ। ଡ୍ରାଏ ରନ୍‌ ସମୟରେ କୋଭିଡ-୧୯ ଟିକାକରଣ ଗାଇଡଲାଇନ୍‌କୁ ପାଳନ କରାଯିବ।

Spread the love