ନବବର୍ଷର ପ୍ରଥମ ଦୁଇ ଦିନ କୁହୁଡ଼ି

କୁହୁଡ଼ି ଆସ୍ତରଣରେ ଆଚ୍ଛାଦିତ ହେବ ନବବର୍ଷର ପ୍ରଥମ ଦୁଇଦିନ। ରାଜ୍ୟରେ ଶୀତ ବି ବଢ଼ିବ। ଆସନ୍ତା ଦୁଇ ଦିନରେ ୨ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିବ। ଫଳରେ ୨୦୨୧ର ପ୍ରଥମ ଦୁଇ ଦିନ ପ୍ରବଳ ଶୀତରେ ରାଜ୍ୟ ଥରିବ। ଏହା ପରର ୩ ଦିନ ପର୍ଯ୍ୟନ୍ତ ବି ଶୀତ ପ୍ରକୋପ ଜାରି ରହିବ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଏହି ସମୟରେ ସ୍ବାଭାବିକଠାରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ। ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ପ୍ରାୟ ୧ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆସନ୍ତା ୨ ଦିନରେ ବି ତାପମାତ୍ରା ଆହୁରି ୨ ଡିଗ୍ରି ତଳକୁ ଖସିବ। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୭.୦ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବାରିପଦାରେ ୧୦.୫ ଡିଗ୍ରି, ସୁନ୍ଦରଗଡ଼ ୧୦.୫ ଡିଗ୍ରି, ଦାରିଙ୍ଗବାଡ଼ି ୯.୫ ଡିଗ୍ରି ଓ ଝାରସୁଗୁଡ଼ା ୧୨.୬ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତାକାଲି ସକାଳୁ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିବବୋଲି ଅନୁମାନ କରାଯାଉଛି।

Spread the love