ବ୍ରୋଥାଙ୍କ ବିଶେଷ କାହାଣୀ ପାଇଁ ସରକାର ଦେଲେ ବିଶେଷ ପୁରସ୍କାର : ଲେଖାଶ୍ରୀ

ଭୁବନେଶ୍ୱର : ନୟାଗଡ ଜିଲ୍ଲା ଯଦୁପୁର ଗାଁର ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି । ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟସରକାର ଏସଆଇଟି ଗଠନ କରିଥିଲେ । ଏହି ଘଟଣାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ସରକାରୀ ଦଳ ନିର୍ଦ୍ଦେଶରେ ତଦନ୍ତ କରି ଜଣେ ନାବାଳକକୁ ସାବାଳକ କରି ନିର୍ଦ୍ଦୋଷକୁ ଅପରାଧୀ ସଜାଇଛନ୍ତି । ରାଜ୍ୟବାସୀଙ୍କ ଆଗରେ ଭଲ କାହାଣୀ କହିଥିବାରୁ ଅରୁଣ ବାବୁଙ୍କୁ ପ୍ରମୋସନ କରାଗଲା । ଏସଆଇଟି ମୁଖ୍ୟ ମନଗଢା କାହାଣୀ କହି ତଥ୍ୟ ପ୍ରମାଣ ନିଜେ ସୃଷ୍ଟିକରି ସରକାରଙ୍କୁ ଖୁସି କରିଦେଲେ କିନ୍ତୁ ପରୀକୁ ନ୍ୟାୟ ଦେଇପାରିଲେ ନାହିଁ । ଅରୁଣ ବ୍ରୋଥାଙ୍କ ବିଶେଷ କାହାଣୀ ପାଇଁ ରାଜ୍ୟସରକାର ତାଙ୍କୁବିଶେଷ ପୁରସ୍କାର ଦେଲେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସା ମ୍ବାଦିକ ସ୧ିଳନୀରେ ଡ.ସାମନ୍ତସିଂହାର କହିଛନ୍ତି ଯେ, ବିଜେପି ପରୀକୁ ନ୍ୟାୟ ଦେବା ପାଇଁଆନ୍ଦୋଳନ କରୁଥିବାବେଳେ ସେହି ସମୟରେ ଗଣମାଧ୍ୟମରୁ ଦୃଷ୍ଟି ହଟାଇବା ପାଇଁ ବିଜେଡି, ରାଜ୍ୟସରକାର ଓ ଏସଆଇଟି ମୁଖ୍ୟ ପ୍ରୟୋଜିତଭାବେ ପ୍ରେସମିଟ କରିଚାଲିଲେ । ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ କେବଳ ତଥ୍ୟ ପ୍ରମାଣ ନଷ୍ଟ କରିବାର ଏକ ଯୋଜନାବଦ୍ଧ ଷଡଯବ । ଗାଁ ପୋଖରୀରୁ ପରୀର ଲେଙ୍ଗିନ୍ସ ମିଳିବା, ସରୋଜ ସେଠୀ ଘରୁ ଗାମୁଛା ବାହାର କରି ଲୋକଙ୍କ ଆଇ ୱାସ କରାଯାଇଛି । ପୋଖରୀରୁ ମିଳିଥିବା ଲେଙ୍ଗିନ୍ସ ପରୀର କି ନାହିଁ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଜାଣିଲେ କିପରି ? ମୃତା ପରୀ ଶରୀରର ୭୫ ଭାଗ ଅଂଶ ଗଲା କୁଆଡେ? ପରୀବାପା ମା’ ଙ୍କ ଅଭିଯୋଗ ଅନୁଯାୟୀ ମୁଖ୍ୟ ଦୋଷୀ ବାବୁଲି ନାୟକ, ମିହିର ରାଉତ, ଜୟୀ ପରିଡା, କାହ୍ନୁ ବେହେରା, ଡୁଗୁ ନାୟକ, ହାପିନାୟକ ଓ ବୈକୁଣ୍ଠ ପରିଡାଙ୍କୁ କାହିଁକି ତଦନ୍ତ ପରିସରଭୃକ୍ତ କରାଯାଉନାହିଁ । ସେମାନେ ବାର ମ୍ବାର ଅଙ୍ଗ ତସ୍କରୀ କଥା ଉଠାଇଥିବା ସମୟରେକ’ଣ ପାଇଁ ଏସାଇଟି ସେ ଦିଗରେ ତଦନ୍ତ କରୁନାହିଁ । ପରୀ ବାପା ମା’ଙ୍କ ୧୬୧ ବୟାନ ରେକର୍ଡ କରାଯାଇନାହିଁ । ସରୋଜ ସେଠୀର ୧୬୪ବୟାନ ରେକର୍ଡ କରାଯାଇନାହିଁ । ଅନ୍ୟପଟେ ଏସଆଇଟି ଦୋଷ ସ୍ୱୀକାର କରିବାକୁ ସରୋଜକୁ ୫ ଲକ୍ଷ ଟଙ୍କା ଯାଚିଥିଲା ବୋଲି ଖୋଦ୍ ସରୋଜଗଣମାଧ୍ୟମରେ ବୟାନ ରଖିଥିଲା । ଏସଆଇଟି ତଦନ୍ତ ରିପୋର୍ଟକୁ ପରୀର ପରିବାର ଏବଂ ବିଜେପି ଆଦୌ ଗ୍ରହଣ କରୁନାହିଁ । ପରୀ ସହ ଦୁଷ୍କର୍ମହୋଇଛି କି ନାହିଁ ଜଣାପଡିବନି ବୋଲି ବିଧାନସଭା ଗୃହରେ ରାଷ୍ଟ୍ରମବୀ ଦିବ୍ୟଶଙ୍କର ମିଶ୍ର ଫରେନସିକ ରିପୋର୍ଟ ଆଧାରରେ କହିଥିଲେ । କିନ୍ତୁଏସଆଇଟି ମୁଖ୍ୟ ଆଉ ଏକ ନୂଆ ଫରେନସିକ ରିପୋର୍ଟ ତିଆରି କରି ପରୀ ସହ ଦୁଷ୍କର୍ମ ହୋଇଛି ବୋଲି କହିଲେ । ସେହିପରି ସିମେନ ଷ୍ଟେନକାହାର ତାହା ମଧ୍ୟ ଜଣାପଡିନାହିଁ । ପରୀ ସହ ଦୁଷ୍କର୍ମ ହୋଇଛି କି ନାହିଁ କୋଣସି ମେଡିକାଲ ରିପୋର୍ଟରେ ନାହିଁ । ଏନସିପିସିଆର ପରୀ ହତ୍ୟାଘଟଣାରେ ଏକ ନିରପେକ୍ଷ ସଂସ୍ଥାକୁ ତଦନ୍ତ ଭାର ଦେବା ଲାଗି ନିର୍ଦ୍ଦେଶ ଦେବା ସହ ଏହି ଘଟଣାର ତଦନ୍ତକୁ ଜିଲ୍ଲା ଏସପି ଏବଂ ଜିଲ୍ଲାପାଳ ପ୍ରଭାବିତ କରିଛନ୍ତି ବୋଲି କହିଥିଲେ । ଏହା ପରେ ବି ରାଜ୍ୟସରକାର ଏପର୍ଯ୍ୟନ୍ତ ଚୁପ୍ ରହି ଅଙ୍ଗ ତସ୍କରୀ ଗ୍ୟାଙ୍ଗ ଓ ମବୀ ଅରୁଣ ସାହୁଙ୍କୁ ସୁରକ୍ଷାଦେଇ ଚାଲିଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।ଗତ ୫ ବର୍ଷରେ ରାଜ୍ୟରୁ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି । ବିଗତ ୨ ବର୍ଷରେ ୫୫୦୦ରୁ ଉର୍ଦ୍ଧ୍ୱ ଶିଶୁ ନିଖୋଜ ହେବା ପରେବି ରାଜ୍ୟସରକାର ଏ ଦିଗରେ କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ନିନ୍ଦନୀୟ । ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବାଲାଗି ବିଜେପି ଲଢେଇ ଜାରି ରଖିବ । ରାଜ୍ୟସରକାର ମବୀ ଅରୁଣ ସାହୁଙ୍କୁ ବହିଷ୍କାର କରିବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁଦେବା ପାଇଁ ଡ.ସାମନ୍ତସିଂହାର ପୁଣି ଥରେ ଦାବିକୁ ଦୋହରାଇଛନ୍ତି ।ଏହି ସା ମ୍ବାଦିକ ସ୧ିଳନୀ ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ ଓ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପ…ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love