ପ୍ରିନ୍ସ ମ୍ୟୁଜିକର ଭଜନ ଆଲବମ୍ ରିଲିଜ

ଜଗତସିଂହପୁର, ୨/୧/୨୦୨୧:  ନୂଆ ବର୍ଷ ୨୦୨୧ କୁ ସ୍ୱାଗତ ଜଣେଇ ପ୍ରିନ୍ସ ମ୍ୟୁଜିକ୍ ( ଭକ୍ତି) ର ନୂଆ ଭାବ ଭକ୍ତି ଭରା ଭଜନ ଆଲବମ୍ ଆଜି ଝଂକଡ ବାସିନୀ ମା ଶାରଳା ପୀଠ କନକପୁର ଜଗତସିଂହପୁରରେ ରିଲିଜ୍ ହେଇଛି ।

 

ଗୀତ ଗୁଡିକୁ ଶାରଳା ମାଟିର ଗର୍ବ ଓ ଗୌରବ ତଥା ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ସୌରଭ ନାୟକ , ଶ୍ରୀଚରଣ, ଅନ୍ତରା ଚକ୍ରବର୍ତ୍ତୀ , ଶ୍ୱେତା ମିଶ୍ର, ବିଷ୍ଣୁ କବି ପ୍ରମୁୁୁଖ ଗାଇଛନ୍ତି। ଗୀତ ଗୁଡିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀ, ସଚ୍ଚି ମାହାନ୍ତି ଓ ମିଶ୍ର ସତ୍ୟନାରାୟଣ । ସଂଗୀତ ରେ ସଜେଇଛନ୍ତି ମେଲୋଡି ମେକର୍ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟବାୟକ । ଗୀତ ଗୁଡିକ ଖୁବ୍ ମନ ଛୁଆଁ ଓ ହ୍ରୁଦୟ ସ୍ପର୍ଶୀ ହେଇଛି ।

ଉଦ୍ ଘାଟନୀ ଉସ୍ଚବରେ ଶାରଳା ମାଟିର ବର ପୁତ୍ର କର୍ମ ବୀର ,ସମାଜ ସେବୀ ତଥା ବିଶ୍ୱ ଓଡିଆ ମହାସଂଘର ସଭାପତି ଡ.ସୁରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶାରଳା ମାଟିର କଳାକାରଂକୁ ଉସ୍ଚାହିତ କରିବା ସଂଗେ ସଂଗେ ଭଜନ ଆଲବମ୍ ଉନ୍ମୋଚନ କରିଥିଲେ । ଆଗକୁ ଜଗତ୍ ସିଂହ ତଥା ଶାରଳା ମାଟିର ଗର୍ବ ଓ ଗୋିରବ ରକ୍ଷା କରି କଳାକାର ମାନଂକର ଉନ୍ନତି ସାଧନ ପାଇଁ ଦ୍ରୁଢ ପରିକର ବୋଲି ପ୍ରତିଶ୍ରୁତି ଦେବା ସଂଗେ ସଂଗେ କରୋନା ମୁକ୍ତ ଓଡିଶା ପାଇଁ ମା ଶାରଳାଂକ କ୍ରୁପା ଭିକ୍ଷା କରିଥିଲେ ।

Spread the love