ମୋଦିଙ୍କ ବାୟୋପିକରେ ନିଜ ନାମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଜାଭେଦ ଅଖତର

ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକର ଟ୍ରେଲର ରିଲିଜ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ନିଭାଇଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ । ଅନ୍ୟତମ ପ୍ରମୁଖ ଭୂମିକା ନିଭାଇଛନ୍ତି ବୋମାନ ଇରାନୀ । ଗତ ବୁଧବାର ଟ୍ରେଲର ରିଲିଜ ହେବାପରେ ବିଶିଷ୍ଠ ଲେଖକ ଜାଭେଦ ଅଖତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମୋଦିଙ୍କ ବାୟୋପିକରେ ସେ କୌଣସି କାମ କରିନଥିବା ସତ୍ତ୍ବେ ଲିରିଶିଷ୍ଟ ଲିଷ୍ଟରେ ତାଙ୍କ ନାମ ରହିଛି । ଏହା ଦେଖିବା ପରେ ସେ ଟ୍ୱିଟ ଜରିଆରେ ଏକଥା ଜଣାଇଥିଲେ । ସେ ଲେଖିଛନ୍ତି ଲିରିଶିଷ୍ଟ ଲିଷ୍ଟରେ ନାମ ଥିବାରୁ ମୁଁ ବହୁତ ଆଶ୍ଚର୍ଯ୍ୟ। କାରଣ ସେଥିରେ ସେ କୌଣସି କାମ କରିନାହାନ୍ତି । ଜାଭେଦ ଅଖତର ବଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ଖ୍ୟାତନାମା ଲେଖକ ।

ସଂଗୀତ ସହ ସେ ଫିଲ୍ନ କାହାଣୀ ମଧ୍ୟ ଲେଖନ୍ତି । ଭାରତ -ପାକିସ୍ତାନକୁ ନେଇ ଯେତେ ଫିଲ୍ମ ତିଆରି ହୋଇଛି ଅଧିକାଂଶ ଫିଲ୍ମରେ ସେ କାହାଣୀ ଦେଇଛନ୍ତି । ଏବଂ ଫିଲ୍ମର ଡାଇଲଗ ଲେଖିଛନ୍ତି ମଧ୍ୟ । ପ୍ରକାଶ ଥାଉକି, ପୁଲଓ୍ବାମା ଆତଙ୍କବାଦୀ ସମୟରେ ସେ ଓ ତାଙ୍କ ପତ୍ନୀ ପାକିସ୍ତାନ ଏକ କାର୍ଯ୍ୟ କ୍ରମରେ ଯୋଗଦେବାର ଥିଲା । ଆତଙ୍କ ହମଲା ପରେ ଉଭୟ ପାକିସ୍ତାନଗସ୍ତ ବାାତିଲ କରିଥିଲେ । ଅନ୍ୟପକ୍ଷରେ ମୋଦିଙ୍କ ବାୟୋପିକରେ ନିର୍ଦ୍ଦେଶନା ଦେଇଛନ୍ତି ଖ୍ୟାତନାମା ନିର୍ଦ୍ଦେଶକ ଓମଙ୍ଗ କୁମାର । ନିର୍ଦ୍ଦେଶକ ଓମଙ୍ଗ- ସରବ ଜିତ୍, ମେରିକମ୍ ଭଳି ଫିଲ୍ମ ରେ ନିର୍ଦ୍ଦେଶନା ଦେଇସାରିଛନ୍ତି ।

Spread the love