ଶ୍ରୀମନ୍ଦିର ପ୍ରଶାସକଙ୍କ ଉପସ୍ଥିତିରେ ୨୧ କିଲୋ ରୂପା ଦାନ

ପୁରୀ, ୨/୧/୨୦୨୧: ଭୁବନେଶ୍ୱରର ଜୈନିକ ବ୍ୟକ୍ତି ଆଜି ୨୧ କେଜି ରୂପା ଶ୍ରୀମନ୍ଦିରକୁ ଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ଏବଂ ତାଙ୍କ ପରିବାରର ସଦସ୍ୟାମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ରୂପା ଦାନ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ଅଧିଷ୍ଠିତ ଭୂଦେବୀ, ସ୍ରୀଦେବୀ ଏବଂ ଦକ୍ଷିଣିଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ନିମନ୍ତେ ଏହି ରୂପା ଦାନ କରିଛନ୍ତି। ପ୍ରକାଶ ଥାଉକି, ବିଗ୍ରହମାନେ ବିଭିନ୍ନ ଯାନିଯାତ୍ରା ସମୟରେ ମହାପ୍ରଭୁଙ୍କ ପ୍ରତିନିଧିଭାବେ ନୀତିକାନ୍ତି ସମାପନ ପାଇଁ ଯାତ୍ରା କରିଥାନ୍ତି।

Spread the love