ପ୍ରଥମ ଲୋକପାଳ ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍‌ ପିନାକୀ ଘୋଷ

ଶନିବାର ଦେଶର ପ୍ରଥମ ଲୋକପାଳଭାବେ  ଶପଥ   ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ।  ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଜଷ୍ଟିସ୍‌ ଘୋଷ ଶପଥ ଗ୍ରହଣ କରିଥିଲେ। ମଙ୍ଗଳବାର ଦିନ ଦେଶର ପ୍ରଥମ ଲୋକପାଳ ଭାବେ ପୂର୍ବରୁ ସୁପ୍ରିମ୍‌ କୋର୍ଟରେ ବିଚାରପତି ଥିବା ଜଷ୍ଟିସ୍‌ ଘୋଷଙ୍କ ନାମ ଘୋଷଣା କରାଯାଇଥିଲା।

ଏହାଛଡ଼ା ବିଭିନ୍ନ ହାଇକୋର୍ଟର ପୁର୍ବତନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍‌ ଦିଲୀପ ବି ଭୋଷାଲେ, ପ୍ରଦୀପ କୁମାର ମହାନ୍ତି, ଅଭିଳାଷା କୁମାରୀ ଓ ବର୍ତ୍ତମାନ ଛତିଶଗଡ଼ ହାଇକୋର୍ଟରୁ ମୁଖ୍ୟ ବିଚାରପତି ଥିବା ଅଜୟ କୁମାର ତ୍ରିପାଠୀଙ୍କୁ ଲୋକପାଳରେ ଜୁଡିସିଆଲ୍‌ ମେମ୍ବର ଭାବେ ନିଯୁକ୍ତି ପାଇଛନ୍ତି। ସଶସ୍ତ୍ର ସୀମା ବଳର ପୂର୍ବତନ ପ୍ରଥମ ମହିଳା ମୁଖ୍ୟ ଅର୍ଚ୍ଚନା ରାମସୁନ୍ଦରମ୍‌, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ସଚିବ ଦୀନେଶ କୁମାର ଜୈନ, ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ମହେନ୍ଦର ସିଂହ ଏବଂ ଗୁଜରାଟ କ୍ୟାଡର୍‌ର ପୂର୍ବତନ ଆଇଏଏସ୍‌ ଅଧିକାରୀ ଇନ୍ଦ୍ରଜିତ ପ୍ରସାଦ ଗୌତମଙ୍କୁ ଲୋକପାଳର ନନ୍‌-ଜୁଡିସିଆଲ୍‌ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।

Spread the love