‘କୌନ ବନେଗା କରୋଡପତି ସିଜନ -୧୨’ର ଚତୁର୍ଥ କୋଟିପତିଙ୍କ ନାମ ଘୋଷଣା କଲେ ଅମିତାଭ ବଚ୍ଚନ

ଲୋକପ୍ରିୟ ଟେଲିଭିଜନ୍ ଗେମ ସୋ’ ‘କୌନ ବନେଗା କରୋଡପତି ସିଜନ -୧୨’ର ଚତୁର୍ଥ କୋଟିପତିଙ୍କ ନାମ ଘୋଷଣା ହୋଇଯାଇଛି। ସୋ’ର ନୂଆ ପ୍ରୋମୋରେ ଦେଖିବାକୁ ମିଳୁଛି କି ଡକ୍ଟର ନେହା ଶାହା ସୋ’ର ଚତୁର୍ଥ କୋଟିପତି ହୋଇଛନ୍ତି। ଏହାପରେ ସେ ସାତ ଲକ୍ଷ ଜ୍ୟାକପଟ୍ ପ୍ରଶ୍ନର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏହାପୂର୍ବରୁ ଏହି ସୋ’ରେ ଶିକ୍ଷକ ଅନୁପ ଦାସ, ଯୋଗାଯୋଗ ପରିଚାଳକ ନାଜିଆ ନାସିମ, ଆଇପିଏସ୍ ଅଧିକାରୀ ମୋହିତା ଶର୍ମା ଏକ କୋଟି ଟଙ୍କାର ବିଜେତା ହୋଇଥିଲେ।
ସୋନି ଟେଲିଭିଜନ ଉପସ୍ଥାପକ ଅମିତାଭ ବଚ୍ଚନଙ୍କ ସହ ହଟ ସିଟରେ ବସିଥିବା ଡକ୍ଟର ଶାହାଙ୍କ ଏକ ଭିଡିଓ କ୍ଲିପ୍ ସେୟାର କରିଛି। ଏଥିରେ ନୋହାଙ୍କୁ ଅମିତାଭ ବଚ୍ଚନ କହୁଛନ୍ତି କି ଆପଣ ଏକ କୋଟି ଉପରେ ଧ୍ୟାନ ଦିଅନ୍ତୁ । ଏହାର କିଛି ସମୟ ପରେ ‌ ଅମିତାଭ ତାଙ୍କର ଜଣାଶୁଣା ସ୍ୱରରେ ଘୋଷଣା କରୁଛନ୍ତି “ଏକ କୋଟି” | ବିଗ ବିଙ୍କ ଏହି ଘୋଷଣା ପରେ ନେହା ତାଙ୍କୁ ଫ୍ଲାଇଙ୍ଗ୍ କିସ୍ ଏବଂ ଲଭ୍ ୟୁ ବୋଲି କହୁଥିବାର ବି ନଜର ଆସୁଛନ୍ତି।
ଏହି ପ୍ରୋମୋକୁ ସୋନି ଟିଭି ଦ୍ୱାରା ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରାଯାଇଛି | ଏହି ପ୍ରମୋରେ ନେହା ଶାହା ୭ କୋଟିର ଜ୍ୟାକପଟ୍ ପ୍ରଶ୍ନ ଆଡକୁ ଯାଉଥିବାର ନଜର ଆସୁଛନ୍ତି |

Spread the love