ଜାନୁଆରୀ ୧୬ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇବ

ଭୁବନେଶ୍ୱର, ୦୮/୦୧: ପ୍ରତ୍ୟେକ ଦିନ ରାତିର ତାପମାତ୍ରା ବଦଳୁ ଥିବାବେଳେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପବନର ଗତି ବଙ୍ଗୋପ ସାଗରରୁ ଆଦ୍ରତା ଆହରଣ ଏହା ନିରୂପଣ କରିଥାଏ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।  ରାତ୍ରିରେ ସାଧାରଣତଃ ପୃଥିବୀ ପୃଷ୍ଠର ବିକିରଣ ଦ୍ୱାରା ଓ ଉତର ଭାରତରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଦ୍ୱାରା ତାପମାତ୍ରା କମିଥାଏ । ଏହି ଅବସ୍ଥା ଓଡ଼ିଶାରେ ଡ଼ିସେମ୍ବର ଶେଷ ପର୍ଯ୍ୟନ୍ତ ରହିଥିଲା ।
ଜାନୁଆରୀ ୧୫ ତାରିଖରୁ ରାତିର ତାପମାତ୍ରା କମିବାର ସମ୍ଭାବନା ଥିବାବେଳେ ଉତର ଭାରତରେ ଏହା ବୃଦ୍ଧି ପାଇବା
ସମ୍ଭାବନା ଦୃଷ୍ଟିରୁ ରାତିର ତାପମାତ୍ରା ସାମାନ୍ୟ ଅବା ତାଠାରୁ ଅଧିକ ହୋଇପାରେ ।  ସେହିପରି ଦିନରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ରହିଥିବାବେଳେ ଜାନୁଆରୀ ତୃତୀୟ ସପ୍ତାହ ବେଳକୁ ଏହା  ୩୨ ରୁ ୩୪ ଡିଗ୍ରୀ ରହିପାରେ ବୋଲି କୁହାଯାଇଛି।

Spread the love