ବିଜେପିରେ ଯୋଗଦେଲେ ସମାଜସେବୀ ଲଲାଟେନ୍ଦୁ ମହାପାତ୍ର

ଭୁବନେଶ୍ୱର , ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ସୁଶାସନ ଓ ବିକାଶମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭୂବନେଶ୍ୱରର ଜଣାଶୁଣା ସମାଜସେବୀ ତଥା ଯୁବନେତା ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି।
ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ମହାପାତ୍ରଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଶ୍ରୀ ମହାପାତ୍ରଙ୍କ ଯୋଗଦାନ କାରଣରୁ ଦଳୀୟ ସଂଗଠନ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ଜିଲ୍ଲାର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Spread the love