ରାଜ୍ୟରେ ୧୬୦ ସ୍ଥାନରେ ହେବ ଟିକାକରଣ

ରାଜ୍ୟସ୍ତରରେ କିପରି ଟିକାକରଣ କରାଯିବ ସେ ନେଇ ଚର୍ଚ୍ଚା ଚାଲିଛି । ଟିକାକରଣ ପାଇଁ ରାଜ୍ୟକୁ ପର୍ଯ୍ୟାୟକ୍ରମେ ଉପକରଣ ସବୁ ଆସୁଛି । ଏବେ ଯାହା ଉପକରଣ ଆସିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି । ପ୍ରତି ସ୍ଥାନରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ କରୋନା ଟିକା । ତେବେ କେବେ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଖୁବ୍ ନିକଟରେ ରାଜ୍ୟରେ ଟିକାକରଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କମ୍ପାନି ପାଖରୁ ଟିକା ଆସିବା ପରେ ଷ୍ଟେଟ୍ ଭ୍ୟାକ୍ସିନ୍ ସେଂଟରକୁ ପ୍ରଥମେ ଟିକା ଆସିବ ।

 

Spread the love