ସ୍କୁଲ ଫି ହ୍ରାସକୁ ନେଇ ରାୟ ଦେଲେ ହାଇକୋର୍ଟ, ଏନଓସି ନମାନିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ସ୍କୁଲ ଫି ହ୍ରାସ ମାମଲାରେ ରାୟ ଦେଲେ ହାଇକୋର୍ଟ । ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଏମଓୟୁକୁ ଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବର ମାସ ୧୦ ତାରିଖରେ ରାଜ୍ୟ ସରକାରଙ୍କ ସହ ୧୪ଟି ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ସଂଘ ଏମଓୟୁ କରିଥିଲେ। କିନ୍ତୁ ଏହି ଏମଓୟୁରେ ଅରାଜି ଥିବା ସ୍କୁଲ କର୍ତ୍ତୃପକ୍ଷ ଆଇନଗତ ପଦକ୍ଷେପ ନେଇପାରିବେ ବୋଲି ହାଇକୋର୍ଟର ଖଣ୍ଡପୀଠ କହିଛନ୍ତି । ରାୟ ପ୍ରକାଶ ସହ ସବୁ ଇଣ୍ଟରଭେନିଙ୍ଗ ମାମଲାରେ ପୂର୍ଣ୍ଣଛେଦ ପକାଇବା ସହ ଅନ୍ତରୀଣ ନିର୍ଦ୍ଦେଶନାମାକୁ ହଟାଇ ନେଇଛନ୍ତି ।୧୯୯୬ ସେପ୍ଟେମ୍ବର ୨୩ର ଏନଓସି ରିଜୋଲ୍ୟୁସନକୁ ମାନୁନଥିବା ସ୍କୁଲଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିଲା ଏମଓୟୁ ସ୍ୱାକ୍ଷର । କରୋନା ସମୟରେ ଘରୋଇ ବିଦ୍ୟାଳୟଗୁଡିକ ସ୍କୁଲ ଫି ଛାଡ଼ କରିବାକୁ ଓଡିଶା ଅଭିଭାବକ ମହାସଂଘ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଗତ ସେପ୍ଟେମ୍ବର ୧ତାରିଖରେ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଆପୋସ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜାନୁଆରି ୭ ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।

 

Spread the love