ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଜଗନ୍ନାଥଙ୍କୁ ସୁବର୍ଣ୍ଣ ସୂର୍ଯ୍ୟ ଚନ୍ଦ୍ର ଦାନ

ପୁରୀ, ଜଗତର ନାଥ ଜଗନ୍ନାଥଙ୍କୁ ଆଜି ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି ଜଣେ ଭକ୍ତ ।

ଶ୍ରୀମନ୍ଦିର ପ୍ରଶାସକଙ୍କ ଉପସ୍ଥିତିରେ ଜୈନେକ ଭକ୍ତ ୩ ସେଟ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି ।ସୂଚନା ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ପଦ୍ମ ଚରଣ ପାତ୍ର ଆଜି ନିଜ ପରିବାର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ୩ ସେଟ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି । ଏଥିରେ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୂପା ବ୍ୟବହାର ହୋଇଛି । ପରବର୍ତ୍ତୀ ସମୟରେ ଏହି ସୂର୍ଯ୍ୟ-ଚନ୍ଦ୍ର ମହାପ୍ରଭୁଙ୍କୁ ଲାଗି ହେବ ।

Spread the love