ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଦିନରେ ଲୋକେ ସକାଳୁ ସ୍ନାନ କରି ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ କରିଥାନ୍ତି। ଏଥିସହିତ ମେଳା ମହୋତ୍ସବର ଆୟୋଜନ ମଧ୍ୟ ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଏହି ସବୁ ମେଳା, ଯାତ୍ରା ଆଦି ଜନଗହଳି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ସେ କହିଛନ୍ତି କି, କୋଭିଡ ନିୟମକୁ ଦୃଷ୍ଟିରେ ରଖି ମକର ଉତ୍ସବ ପାଳନ କରନ୍ତୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।

Spread the love