ଜଳିଗଲା କବାଡ଼ି ଗୋଦାମ

ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଆଜି ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପଟିଆ -ନନ୍ଦନକାନନ ରାସ୍ତାର ସୁଭଦ୍ରା ଆପାର୍ଟମେଣ୍ଟ ନିକଟରେ ଥିବା ଏକ କବାଡ଼ି ଗୋଦାମରେ  ନିଆଁ  ଲାଗି ଯିବା ଫଳରେ କବାଡ଼ି ଗୋଦାମରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ ଧନଜୀବନ ହାନୀ ହୋଇ ନ ଥିବା ଜଣାଯାଇଛି।ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କବାଡ଼ି ଦୋକାନ ପାଖାପାଖି ସମୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

Spread the love