ଦହିସଡା ମୂଳିସିଂ ଛକ ଠାରେ ଗଳାପୋଲ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ସୋର ବିଜେପି ନେତା ରାକେଶ ମଲିକ ଙ୍କ ନେତୃତ୍ଵରେ ପାଞ୍ଚୋଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଙ୍କ ତରଫରୁ ୧୬ ନମ୍ବର ଜାତୀୟ ରାଜପଥର ଦହିସଡା ମୂଳିସିଂ ଛକ ଠାରେ ଏକ ଗଳାପୋଲ ନିର୍ମାଣ ପାଇଁ ଏକ ଦାବି ପତ୍ର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ତାଙ୍କ ବାସଭବନରେ ପ୍ରଦାନ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଏହି ବିଷୟରେ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ଏହି ବିଷୟରେ ଅବଗତ କରାଇଥିବା ବେଳେ ଆଜି ତାଙ୍କର ଭୂବନେଶ୍ବର ଗସ୍ତ ସମୟରେ ସେହି ଛକ ନିକଟରେ ଶତାଧିକ ସ୍ଥାନୀୟ ଜନସାଧାରଣଙ୍କୁ ଭେଟିଥିବା ବେଳେ ପୁରୁଷୋତ୍ତମ ପଟ୍ଟନାୟକ ଜନସାଧାରଣଙ୍କ ତରଫରୁ ମନ୍ତ୍ରୀ ଙ୍କ ନିକଟରେ ଏହି ରାସ୍ତା ସୋର ସବ୍ ଜେଲ ସହିତ ପାଞ୍ଚୋଟି ପଞ୍ଚାୟତ କୁ ସଂଯୋଗ କରୁଥିବା ବେଳେ ହଜାର ହଜାର ଜନସାଧାରଣ ସେହି ରାସ୍ତା ଉପରେ ନିର୍ଭର କରୁଥିବାରୁ ସେଠାରେ ଏକ ଗଳାପୋଲ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ରାଜାରାମ ମହାପାତ୍ର, ମଣ୍ଡଳ ସଭାପତି ଗଣେଶ ଦାଶ, ମାଧବାନନ୍ଦ ବେହେରା, ସଂଜୟ ସାହୁ, ବସନ୍ତ ପଣ୍ଡା, ବିନୋଦ ସାହୁ, ସୁବୋଧ ପଟ୍ଟନାୟକ, ସତ୍ୟନାରାୟଣ ମହାପାତ୍ର, ସଂଜୀବ ରାଉଳ, ଶରତ ନାୟକ,ସଂଜୟ ସାମଲ ମାନସ ମହାପାତ୍ର, ଦେବେନ୍ଦ୍ର ଜେନା, ବିନୋଦ ମଣ୍ଡଳ, ମନୋରଞ୍ଜନ ବେହେରା, ଲକ୍ଷ୍ମୀକାନ୍ତ ବିନ୍ଧାଣୀ, କୃତ୍ତିବାସ ବେହେରା, ଗିତାରାଣୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love