ଆମେରିକାର ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ଏହି ଅବସରରେ ସେ ଟୁଇଟ କରି କହିଛନ୍ତି, ଏହା ଏକ ଐତିହାସିକ ମୁହୂର୍ତ୍ତ। କମଳା ହ୍ୟାରିସ ଆମେରିକାର ଉପରାଷ୍ଟ୍ରପତି ହେବା ପରେ ଆମେରିକା ଓ ଭାରତ ମଧ୍ୟରେ ସଂପର୍କ ଆହୁରି ସୁଦୃଢ ହେବ।

Spread the love