ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଟିକା ନେବେ ବୋଲି ଜଣାପଡ଼ିଛି। ସାଧାରଣ ଲୋକଙ୍କ ମନରେ ଭ୍ୟାକ୍ସିନ ପ୍ରତି ବିଶ୍ୱାସ କାୟମ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତା ଟିକା ଲଗାଇବେ। ଟିକାକରଣ ଶୁଭାରମ୍ଭ କରିବା ଅବସରରେ ଦ୍ୱିତୀୟ ପର୍ଯ୍ୟାୟରେ ୫୦ରୁ ଉର୍ଦ୍ଧ ବୟସର ଟିକା ନେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅନ୍ତର୍ଗତ ମୋଦୀ ଟିକା ଲଗାଇବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦେଶର ଅନ୍ୟ ବଡ଼ ଚେହେରା ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ମଧ୍ୟ ଟିକା ନେବେ। ୫୦ ବର୍ଷରୁ ଉର୍ଦ୍ଧ ସମସ୍ତ ସାଂସଦ ଓ ବିଧାୟକଙ୍କୁ ଟିକା ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷାବଳ ଯବାନଙ୍କୁ ମଧ୍ୟ ଟିକା ଲଗାଯିବ। କିନ୍ତୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କେବେଠୁ ଆରମ୍ଭ ହେବ ସେନେଇ ସ୍ପଷ୍ଟ ହୋଇନାହିଁ।

Spread the love