ବିଧାନସଭାରେ ପ୍ରଥମ ଥର ପାଇଁ ଅନଲାଇନରେ ପ୍ରଶ୍ନୋତ୍ତର ହେବ

ପ୍ରଥମ ଥର ପାଇଁ ବିଧାନସଭାର ପ୍ରଶ୍ନକାଳ ଅନଲାଇନରେ ଚାଲିବ। ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବଜେଟ ଅଧିବେଶନରେ ସମସ୍ତ ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ। ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ।

ନାଭା ଆପ୍ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Spread the love