ଅଦ୍ଭୁତ ବିଜନେସ୍ ଡିଲ୍‌: କେବଳ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ପେମେଣ୍ଟ ନେଉଛନ୍ତି ଟାଟା ପାୱାର, ଗ୍ରାହକ ହନ୍ତସନ୍ତ

ସେସୁ ଏବଂ ଅନ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କଠାରୁ ବିତରଣ ଦାୟିତ୍ୱ ଟାଟା ପାୱାର ନେଇଛି । କମ୍ପାନୀ ଲୋକଙ୍କୁ ଉତ୍ତମ ସେଵା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲା କମ୍ପାନୀ । କିନ୍ତୁ ଗ୍ରାହକ ଵିଭିନ୍ନ କ୍ଷେତ୍ରରେ ଶୋଷଣର ଶିକାର ହେଉଥିବାର ଅଭିଯୋଗ ସାମ୍ନାକୁ ଆସୁଛି। ସେସୁ ଅମଳରେ ବିଦ୍ୟୁତ୍ ବିଲ କ୍ୟାସଲେସ୍ ଦେୟ ସବୁ କ୍ରେଡିଟ ଓ ଡେବିଟ କାର୍ଡ ଯୋଗେ ଦେଇପାରୁଥିଲେ। କିନ୍ତୁ ଆଇସିଆଇ ବ୍ୟାଙ୍କ ସହ ଟାଟା ପାୱାରର ଅସାଧୁ ମେଣ୍ଟ ଯୋଗୁଁ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି । ଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ କେବଳ ବିଲ ପେମେଣ୍ଟ ହୋଇ ପାରୁଛି । ଅନ୍ୟ କୌଣସି କାର୍ଡରେ ହୋଇପାରୁନାହିଁ ।

ଭୁବନେଶ୍ୱର ଶୈଳଶ୍ରୀ ବିହାର ଜୋନ ଅଧୀନରେ ଆସୁଥିବା ପଟିଆ ଶ୍ରୀବିହାର ଲେନ୍ ୪ର ସସ୍ମିତା ମହାପାତ୍ରଙ୍କ ନାମରେ ଥିବା ଗ୍ରାହକ ନମ୍ବର ୦୩୦୧୭୪୨୨ରେ ୨୦ ତାରିଖରେ ବିନା ଫାଇନରେ ଦେୟ ତାରିଖ ଥିଲା। ସେହି ଭଡାଘରେ ରହୁଥିବା ଅମର ପଟ୍ଟନାୟକ ୧୯ ଜାନୁଆରୀରେ ତାଙ୍କ HDFC ବ୍ୟାଙ୍କ କ୍ରେଡିଟ କାର୍ଡରୁ ପେମେଣ୍ଟ ଦେବାକୁ ଉଦ୍ୟମ କଲେ। ଟ୍ରାଞ୍ଜାକ୍ସନ ଆଡି ଆସିଲା କିନ୍ତୁ ଦେୟ କଟିଲା ନାହିଁ । ଗ୍ରାହକ ସେବା କର୍ମଚାରୀ କହିଲେ ୭୨ ଘଣ୍ଟାରେ ଅପଡେଟ୍ ହୋଇଯିବ । ତେବେ ୨୨ତାରିଖ ସନ୍ଧ୍ୟା ସୁଦ୍ଧା ତାହା ହେଲାନାହିଁ।

ଟାଟା ପାୱାରର ଗ୍ରାହକ ସେବା କର୍ମଚାରୀ ପୂର୍ବରୁ କହୁଥିଲେ SBI Credit Card ଛଡା ଅନ୍ୟ ସବୁ କ୍ରେଡିଟ କାର୍ଡରେ ପେମେଣ୍ଟ ହେଉଛି । ତେବେ ୨୩ ତାରିଖ ସନ୍ଧ୍ୟାରେ ଗ୍ରାହକ ସେବା କର୍ମଚାରୀ ୬ଟା ୩୬ ମିନିଟରେ ଅମରଙ୍କ ମୋଵାଇଲକୁ ଫୋନ୍ କରି ମାନିଥିଲେ କି ଆଇସିଆଇ କ୍ରେଡିଟ କାର୍ଡ ବ୍ୟତୀତ ଅନ୍ୟ କୌଣସି କ୍ରେଡିଟ କାର୍ଡରୁ ପେମେଣ୍ଟ ହୋଇପାରୁନାହିଁ। ଏହା କମ୍ପାନୀର ଚଞ୍ଚକତାର ଉଦାହରଣ । ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି । ଏହି ଘଟଣା ଟାଟା ପାୱାର-ଆଇସିଆଇ ବ୍ୟାଙ୍କ ମଧ୍ୟରେ ସଲାସୁତୁରା ହୋଇଥିବା ଅଭିଯୋଗ ହେଉଛି।

Spread the love