ଆସନ୍ତାକାଲି ଜାତୀୟ ମତଦାତା ଦିବସ, ପାଳନ ପାଇଁ ପ୍ରସ୍ତୁତି ଶେଷ

ଆମ ଭୋଟରଙ୍କୁ ସଶକ୍ତ, ସତର୍କ, ସୁରକ୍ଷିତ ଓ ସଚେତନ କରାଇବା ହେଉଛି ଏ ବର୍ଷର ବିଷୟ ବସ୍ତୁ । କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ଆୟୋଗ ଏହି ବିଷୟ ବସ୍ତୁ ରଖିଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଏବର୍ଷ ଭୋଟରମାନଙ୍କ ନିମନ୍ତେ ଇଲୋକ୍ଟ୍ରନିକ୍ସ ଫଟୋ ପରିଚୟ ପତ୍ରର ଶୁଭାରମ୍ଭ କରାଯିବ । ଅନୁରୂପ ଭାବେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ରାଜ୍ୟରେ ଏହାର ଶୁଭାରମ୍ଭ କରିବେ ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ, ରାଜ୍ୟ, ଜିଲ୍ଲା ଏବଂ ବୁଥ୍ ସ୍ତରରେ ଜାତୀୟ ମତଦାତା ଦିବସ ପାଳନ କରାଯିବାକୁ ସ୍ଥିର କରାଯାଇଛି । ଏହି ଦିବସ ପାଳନ ଅବସରରେ ସବୁ ସ୍ତରରେ ଭୋଟରମାନଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।

ସଦ୍ୟ ସମାପ୍ତ ହୋଇଥିବା ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ତିନିଗୋଟି ଜିଲ୍ଲା ଯଥା- ସୁନ୍ଦରଗଡ, ରାୟଗଡା ଏବଂ କୋରାପୁଟ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ, ୧୧ ଜଣ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଏବଂ ୦୬ ଜଣ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଜାତୀୟ ମତଦାତା ଦିବସ ପାଳନ ଅବସରରେ ସମ୍ମାନୀତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି ।

ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ସମ୍ନାନୀତ କରାଯିବାକୁ ସ୍ଥିର କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ସାଧାରଣ ନାଗରିକମାନେ ଘରେ ବସି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଫେସବୁକ, ଟ୍ୟୁଟର ଓ ୟୁଟୁବ ଲିଙ୍କ http://youtu.be/z7PhlsLeglUଚ୍ୟାନେଲ୍ ମାଧ୍ୟମରେ ମଧ୍ୟ ଦେଖିପାରିବେ ।

Spread the love