ଓଡ଼ିଶାର ହସ୍ତଶିଳ୍ପ ଓ ବୟନଶିଳ୍ପର ଚାହିଦା ବଢାଇବା ପାଇଁ ଭୋକାଲ୍ ଫର୍ ଲୋକାଲ୍ ହେବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଥମେ ଆତ୍ମନିର୍ଭର ଓଡ଼ିଶା ଗଠନ କରିବାକୁ ହେବ। ତେଣୁ ଓଡ଼ିଶାର କଳା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଥିବା ହସ୍ତଶିଳ୍ପ, ବୟନଶିଳ୍ପ ତଥା ଆମର ଶିଳ୍ପୀ, ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁର ଶାଢ଼ୀ, କୋଟପାଡ଼ ବସ୍ତ୍ର ଏବଂ ରଘୁରାଜପୁରର
ପଟ୍ଟଚିତ୍ର ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ସମଗ୍ର ଭାରତବର୍ଷ ଓ ବିଶ୍ୱରେ ବଢ଼ାଇବା ପାଇଁ ଆମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର୍ ଲୋକାଲ୍ ମାର୍ଗରେ ଚାଲିବାକୁ ହେବ ବୋଲି ଭୁବନେଶ୍ୱର ଜନତା ମଇଦାନରେ ତୋଷାଳ ମେଳା ବୁଲିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ପଂଚଦଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗର, ବୁଣାକାର ଓ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଅତ୍ୟନ୍ତ ଚମତ୍କାର। କରୋନା ମହାମାରୀର ମୁକାବିଲା କରି ସ୍ୱଭାବିକ ସ୍ଥିତିକୁ ଆସିଥିଲେ ମଧ୍ୟ ଏବେ ବି ଟିକା ନେବା ପର୍ଯ୍ୟନ୍ତ କୋଭିଡ୍ ନିୟମକୁ ଶୃଙ୍ଖଳାର ସହ ମାନିବାକୁ ହେବ। ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା ଏବଂ ସର୍ବସାଧାରଣରେ ଦୁଇ ମିଟର ଦୂରତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

Spread the love