ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସର ପ୍ରତିବାଦ

ଆଜି ଛାତ୍ର କଂଗ୍ରେସ ପକ୍ଷରୁ ରାଲି ଏବଂ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛାତ୍ର କଂଗ୍ରେସର ଦାବି ହେଉଛି କି, ବିଜେଡି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଇସ୍ତଫା ଦିଅନ୍ତୁ। ଦିବ୍ୟାଙ୍ଗଙ୍କ ଉପରେ ହେଇଥିବା ଶାରୀରିକ ଶୋଷଣରେ ସୁରେଶ ବେହେରା ସାମିଲ ଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।
ସୁରେଶ ବେହେରାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରୋଟେକ୍ଟ କରୁଛନ୍ତି। ଫଳରେ ପୁଲିସ ସୁରେଶକୁ ଗିରଫ କରୁନାହିିଁ। ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀ ପଣ୍ଡାଙ୍କ ଇସ୍ତଫା ଦାବି କରାଯାଇଛି। ଏଥିସହ ୟାଶିରଙ୍କର ନେତୃତ୍ୱରେ ଛାତ୍ର କଂଗ୍ରେସ ଅଶୋକ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରିଛି। ଏଥିସହ ଯଦି ତାଙ୍କର ଦାବି ସରକାର ନ ଶୁଣିବେ ଆଗକୁ ସରକାର ଦେଖିବେ କ’ଣ ହେବ ବୋଲି କହି ୟାଶିର ଚେତାବନୀ ଦେଇଛନ୍ତି।

Spread the love