ପୁଣି ହେବ ସେବାୟତଙ୍କ କୋଭିଡ ଟେଷ୍ଟ

ଆଜିଠୁ ପୁରୀ ଶ୍ରୀମନ୍ଦିରର ସେବାୟତଙ୍କ ପୁଣି ଥରେ କୋଭିଡ ଟେଷ୍ଟ କରାଯିବ। ପ୍ରତିଦିନ ୫୦ ଜଣ ସେବାୟତଙ୍କ ପର୍ଯ୍ୟାୟକ୍ରମେ ଆରଟିପିସିଆର ଟେଷ୍ଟ କରାଯିବ। ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ଫେବୃଆରୀ ୨୭ ତାରିଖ ଯାଏଁ ଏହି କୋଭିଡ ଟେଷ୍ଟ କରାଯିବ।
ପ୍ରଥମେ ସୁଆର, ମହାସୁଆର ନିଯୋଗ ସେବାୟତଙ୍କ ଟେଷ୍ଟ କରାଯିବ। ପରେ ପୁଷ୍ପାଳକ ନିଯୋଗ, ପୂଜାପଣ୍ଡା, ପ୍ରତିହାରୀ, ଦଇତାପତି ନିଯୋଗ ସମେତ ଅନ୍ୟ ନିଯୋଗର ପ୍ରାୟ ୩ ହଜାର କୋଭିଡ ଟେଷ୍ଟ କରାଯିବ ବୋଲି କୁହାଯାଇଛି।
ଭକ୍ତଙ୍କ ଗହଳି ଯୋଗୁଁ ପ୍ରାଥମିକତା ଭିତ୍ତିରେ ସେବାୟତଙ୍କ ମାଗଣା ଟିକାକରଣ ପ୍ରକ୍ରିୟା କରାଯିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ କିଛିଦିନ ତଳେ ପ୍ରସ୍ତାବ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଏପର୍ଯ୍ୟନ୍ତ ଉତ୍ତର ମିଳିନଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛି।

Spread the love