ମରଣ ମୁହଁରେ ୫ ମାସର କୁନି ଝିଅ

ଛୋଟ ପିଲାଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ସେମାନଙ୍କ  ଏହି ୫ ମାସର କୁନି ଝିଅଟି ହେଉଛି ତୀରା। ଜନ୍ମ ବେଳେ ତାର ଉଚ୍ଚତା ଅଧିକ ଥିବାରୁ ବାପା ମା’ ତା’ ନାଁ ତୀରରୁ ତୀରା ଦେଇଥିଲେ।ଗତ କିଛି ଦିନ ହେବ ତୀରା ଭେଣ୍ଟିଲେଟରରେ ମରଣ ସହ ଲଢ଼ୁଛି। ତୀରାର ଜୀବନ ବଞ୍ଚାଇବା ପାଇଁ ଯେଉଁ ଖାସ୍‌ ଇଞ୍ଜେକସନ୍‌ର ଆବଶ୍ୟକତା ଅଛି, ତାହାର ଦାମ୍‌ ରହିଛି ୧୬ କୋଟି। ଏହି ଇଞ୍ଜେକସନ୍‌ ନ ମିଳିଲେ ବୋଧେ ଆଉ ମାସେ ଭିତରେ ତୀରା ଏହି ଦୁନିଆକୁ ଅଲବିଦା କହିପାରେ। ଏବେ ଇଣ୍ଟରନେଟ୍‌ରେ ତୀରାର ଭିଡିଓ ଭାଇରାଲ ହେଉଛି ଓ ତା’ ବାପା ମା ଲୋକଙ୍କୁ ସାହାଯ୍ୟ ଭିକ୍ଷା କରୁଛନ୍ତି।ରିପୋର୍ଟ ମୁତାବକ, ଜନ୍ମ ବେଳେ ତୀରାର ଉଚ୍ଚତା ଅଧିକ ଥିଲା। କିଛି ଦିନ ପରେ ସ୍ତନ୍ୟପାନ ବେଳେ ସମସ୍ୟା ଦେଖାଗଲା। ସେ କ୍ଷୀର ପିଇବା ବେଳେ ହାଲିଆ ହୋଇପଡ଼ୁଥିଲା। ପରିବାର ଲୋକେ ଡାକ୍ତରଙ୍କୁୁ ଦେଖାଇବାରୁ ଜଣାପଡ଼ିଥିଲା ଯେ ତୀରା ଦୂରାରୋଗ୍ୟ ଏସ୍‌ଏମ୍‌ଏ ଟାଇପ୍‌ ୧ରେ ପୀଡ଼ିତ ଅଛି। ଏହି ରୋଗ ଖୁବ୍‌ କମ୍‌ ପିଲାଙ୍କୁ ହୋଇଥାଏ ଓ ରୋଗୀର ବଞ୍ଚିବାର ସମ୍ଭାବନା ବି କମ୍‌ ରହିଥାଏ। ଏଭଳି ଶିଶୁ ମାତ୍ର ୧୮ ମାସ ହିଁ ବଞ୍ଚିପାରନ୍ତି। ଏବେ ମୁମ୍ବାଇର ଏସ୍‌ଆରସିସି ହସ୍ପିଟାଲରେ ତୀରାର ଚିକିତ୍ସା ଚାଲିଛି। କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଯେଉଁ ଇଞ୍ଜେକସନ୍‌ ଦରକାର, ତାହାର ଦାମ୍‌ ୧୬ କୋଟି ଟଙ୍କା।ତୀରାର ବାପା ଜଣେ ମଧ୍ୟବିତ୍ତ ପରିବାରର ବ୍ୟକ୍ତି। ତାଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ଅସମ୍ଭବ। ଏଣୁ ସେ ସୋସିଆଲ ମିଡିଆରେ ଲୋକଙ୍କ ଠାରୁ ସାହାଯ୍ୟ ମାଗିଛନ୍ତି। କିଛି ଲୋକ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ଭଳି। ତୀରାକୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଆପଣ Teera Fights SMA କୁ ଯାଇ ସହାୟତା କରିପାରିବେ।ତେବେ ପ୍ରଶାସନ ତରଫରୁ ତାଙ୍କୁ କିଛି ସାହାଯ୍ୟ ମିଳିପାରିଲେ, ଝିଅର ଜୀବନ ବଞ୍ଚିଯାଆନ୍ତା ବୋଲି କହିଛନ୍ତି ତୀରାର ମା’ବାପା।

Spread the love