ବେଦାନ୍ତ-ବାଲକୋ ପକ୍ଷରୁ ନୂଆ ପିଢ଼ିର ଯୁବ ପ୍ରତିଭାଙ୍କୁ ଚିହ୍ନଟ ପାଇଁ ଭି-ରିଚ୍ କାର୍ଯ୍ୟକ୍ରମ ଶୁଭାରମ୍ଭ

ବାଲକୋନଗର,କୋର୍ବା, : ବେଦାନ୍ତ ପକ୍ଷରୁ କମ୍ପାନୀର ମାର୍ଗଦର୍ଶକ ସାଜିବା ଲାଗି ଯୋଗ୍ୟ ନୂଆ ପିଢ଼ିର ପ୍ରତିଭା ଚିହ୍ନଟ କରିବା ପାଇଁ ଏକ ଅନନ୍ୟ କାର୍ଯ୍ୟକ୍ରମ ଭି-ରିଚ୍‌ର ଶୁଭାରମ୍ଭ କରାଯାଇଛି।  କମ୍ପାନୀର କର୍ମଚାରୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଲାଗି ଏହା ଆରମ୍ଭ ହୋଇଛି ।
ସେମାନେ କମ୍ପାନୀର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଏକ ନୂତନ ମାର୍ଗ ପ୍ରଦାନ କରିବାକୁ ସକ୍ଷମ ହୋଇପାରିବେ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବେଦାନ୍ତର ଉପାଧ୍ୟକ୍ଷ ନବୀନ ଅଗ୍ରୱାଲଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ବେଦାନ୍ତ ଆଲୁମିନିୟମ୍ ବିଜ୍‌ନେସ୍‌ର ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଶର୍ମା ତାଙ୍କର ବାଲ୍‌କୋ ଗସ୍ତ ସମୟରେ ବାଲ୍‌କୋର ଭି-ରିଚ୍ ପ୍ରତିଭାଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟିର
ପ୍ରୟାସ କରିଛନ୍ତି। ସେମାନେ ଯୁବ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଂସ୍ଥାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । କମ୍ପାନୀର ସୁରକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ବିଜ୍‌ନେସ୍ ଶ୍ରେଷ୍ଠତ୍ୱ, ଗୁଣବତା ଏବଂ ନବୀନକରଣ ଆଦି କ୍ଷେତ୍ରରେ କିଭଳି କାର୍ଯ୍ୟ କରାଯିବ ସେ ନେଇ ସେମାନଙ୍କ ସହିତ
ଆଲୋଚନା କରି ଯୁବ ପ୍ରତିଭାଙ୍କ ଚିନ୍ତଧାରା ସମ୍ପର୍କରେ ଅବଗତ ହୋଇପାରିଛନ୍ତି ।

ଏହି ଅବସରରେ ବାଲ୍‌କୋର ସିଇଓ ତଥା ନିର୍ଦ୍ଦେଶକ ଅଭିଜିତ୍ ପତି ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବେଦାନ୍ତ ପକ୍ଷରୁ ଆରମ୍ଭ ହୋଇଥିବା ଭି-ରିଚ୍ ଅଭିଯାନ ଦ୍ୱାରା ଶିଳ୍ପ ସଂସ୍ଥାର ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ପ୍ରତିଭାଙ୍କୁ ୫୦୦୦ରୁ ଅଧିକ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ଚୟନ କରାଯାଇଛି । ସେମାନେ ଗ୍ରାଜୁଏସନ ପାଶ୍ ପରେ ବେଦାନ୍ତରେ ଯୋଗଦେଇଥିଲେ । ସେମାନେ ବେଦାନ୍ତର ମେରୁଦଣ୍ଡ ସାବ୍ୟସ୍ତ
ହୋଇପାରିଛନ୍ତି। ଏଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ବେଦାନ୍ତର ବାହ୍ୟ ଅଂଶୀଦାର ଏବଂ ବ୍ୟବସାୟିକ ସହଯୋଗୀ ବେଶ୍ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି । ବେଦାନ୍ତ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୁମିନିୟମ୍ ବିଜ୍‌ନେସ୍‌ର ସହକାରୀ ସିଇଓ ରାହୁଲ ଶର୍ମା କହିଲେ, ନିଜ ମଧ୍ୟରୁ ପ୍ରତିଭା ଚୟନ କରିବା ଭଳି ବେଦାନ୍ତ ଗ୍ରୁପ୍‌ର ଏହି ମୂଳ ସିଦ୍ଧାନ୍ତ ଏବଂ ବିଚାରଧାରା ଉପରେ ମୁଁ ବେଶ୍ ଅନୁପ୍ରାଣିତ । ଭି-ରିଚ୍ କାର୍ଯ୍ୟକ୍ରମ ଏକ୍ଷେତ୍ରରେ ଏକ ବୃହତ୍ ଲଂଚପ୍ୟାଡ୍ ଭାବେ କାର୍ଯ୍ୟ କରିବ । ଏହା ଦ୍ୱାରା ଆମ ପାଖରେ କାର୍ଯ୍ୟ କରୁଥିବା ପ୍ରତିଭାମାନଙ୍କର ବିକାଶ ସମ୍ଭବ ହୋଇପାରିବ ଏବଂ ସେମାନଙ୍କୁ କ୍ୟାରିଅର ବିକାଶର ସୁଯୋଗ ମଧ୍ୟ ମିଳିପାରିବ । ବାଲ୍‌କୋରେ ଆମେ ଏଭଳି ଭବିଷ୍ୟତ ପ୍ରତିଭାଙ୍କୁ ଚିହ୍ନଟ କରି ପାରିଛୁ । ମୁଁ ନିଶ୍ଚିତଯେ, ସେମାନଙ୍କର ପ୍ରତିଭା ଏବଂ ଦକ୍ଷତା ସହାୟତାରେ ଆମର ବିଜ୍‌ନେସ୍ ବେଶ୍ ସୁଦୃଢ଼ ହୋଇପାରିବ। ନୂତନ ପିଢ଼ିର ବ୍ୟବସାୟ ପ୍ରତିଭାଙ୍କ ଦ୍ୱାରା ବେଦାନ୍ତର ଆଖିଦୃର୍ଶିଆ ବିକାଶ ହେବା ସହିତ ପରିଚାଳନା ଏବଂ ବିଜ୍‌ନେସ୍ ଶ୍ରେଷ୍ଠତ୍ୱ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଥିବା କ୍ଷେତ୍ରରେ ସଫଳତା ଉପଲବ୍ଧି କରାଯାଇପାରିବ। ଏହି ଅବସରରେ ବାଲକୋର ସିଇଓ ତଥା ନିର୍ଦ୍ଦେଶକ ଅଭିଜିତ୍ ପତି ଚିହ୍ନଟ ହୋଇଥିବା ଯୁବ ପ୍ରତିଭାମାନଙ୍କର ପ୍ରଶଂସା କରି କହିଥିଲେ ଯେ, ବେଦାନ୍ତ ଗ୍ରୁପ୍ ଯୋଗ୍ୟ ଯୁବ ପ୍ରତିଭାଙ୍କ ସଶକ୍ତି କରଣ ଉପରେ ବିଶ୍ୱାସ କରିଥାଏ । ଭି-ରିଚ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ୍ୟ ଯୁବ ପ୍ରତିଭାଙ୍କ ମଧ୍ୟରେ ଦାୟିତ୍ୱବୋଧ ବିକାଶ କାର୍ଯ୍ୟ କରାଯିବା ସହିତ ଭବିଷ୍ୟତରେ ସେମାନଙ୍କୁ ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିବାର ସୁଯୋଗ ପ୍ରଦାନ କରାଯିବ । ଆମେ ସେମାନଙ୍କୁ  ଉଚ୍ଚ ପ୍ରଦର୍ଶନ କ୍ଷମତା ଜାରି ରଖିବା ସହିତ ନବୀନତମ ଉପାୟରେ କାର୍ଯ୍ୟ ସମ୍ପନ୍ନ କରିବା ଲାଗି ଉତ୍ସାହିତ କରୁଛୁ । ପ୍ରତିଟି କ୍ଷେତ୍ରରେ ବେଦାନ୍ତ ପରିଚାଳନା ଅଧିକାରୀ ସେମାନଙ୍କୁ ସହାୟତା ଯୋଗାଇ ଦେବା ସହିତ କାର୍ଯ୍ୟ ସମୀକ୍ଷା ସୁଯୋଗ ଉପଲବ୍ଧି କରାଇବେ ।
ଭାରତ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ବାଲ୍‌କୋ) ଭାରତର ମୁଖ୍ୟ ଆଲୁମିନିୟମ୍ ଉତ୍ପାଦନକାରୀ କମ୍ପାନୀ । ଏଥିରେ ଭାରତ ସରକାରଙ୍କର ୪୯ ପ୍ରତିଶତ ସରକାରୀ ଅଂଶଧନ ଏବଂ ବେଦାନ୍ତ ଲିମିଟେଡ୍‌ର ୫୧ ପ୍ରତିଶତ ଅଂଶଧନ ରହି ଲିମିଟେଡ୍ ବିଶ୍ୱର ଷଷ୍ଠ ବୃହତମ ପ୍ରାକୃତିକ ସମ୍ପଦ କମ୍ପାନୀ ଅଟେ ଏବଂ ଏହା ସହିତ ଭାରତର ବୃହତମ ଆଲୁମିନିୟମ୍ ଉତ୍ପାଦନକାରୀ କମ୍ପାନୀ ଭାବେ ଏହା ମାନ୍ୟତା ହାସଲ କରିପାରିଛି। ଛତିଶଗଡ଼ କୋର୍ବାଠାରେ ବାଲ୍‌କୋର ବାର୍ଷିକ ୦.୫୭ ନିୟୁତ ଟନ୍ ଉତ୍ପାଦନ କ୍ଷମତାଯୁକ୍ତ ଆଲୁମିନିୟମ୍ ସ୍ମେଲଟର ରହିଛି । ପ୍ରମୁଖ ଶିଳ୍ପସଂସ୍ଥା ଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଥିବା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଏହା ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ । ବିଶ୍ୱସ୍ତରୀୟ ସ୍ମେଲଟର ଏବଂ ପାୱାର ପ୍ଲାଂଟ୍ ମାଧ୍ୟମରେ ଏହା ସବୁଜୀକରଣ ଲକ୍ଷ୍ୟ ନେଇ ଆଲୁମିନିୟମକୁ ‘ ଭବିଷ୍ୟତର ଧାତୁ’ ଭାବେ ବିବେଚନା କରାଯିବା ମିଶନ ପୂରଣ ନେଇ କାର୍ଯ୍ୟ ଜାରି ରଖିଛି ।

Spread the love