ପାଦ ଫୁଲିଛି କି, ତେବେ ଏହି ୫ଟି ଘରୋଇ ଉପାୟ ଦ୍ୱାରା ପାଆନ୍ତୁ ଆରାମ

ପାଦ ଫୁଲିବା ଏକ ସାଧାରଣ କଥା, ଏହା କୌଣସି ଏକ ବଡ ରୋଗ ନୁହେଁ। କିନ୍ତୁ ଏହି କାରଣରୁ ଅନେକ ପ୍ରକାର ସମସ୍ୟା ହୋଇପାରେ। ସାଧାରଣତଃ ଅଧିକ ଓଜନ ଉଠାଇବା, ଅଧିକ ସମୟ ଧରି ବସିରହିବା କିମ୍ବା ଅଧିକ ସମୟ ଧରି ଛିଡା ହେବା, ବର୍ଦ୍ଧିତ ବୟସ ଆଦି କାରଣରୁ ପାଦ ଫୁଲିଥାଏ। ତେବେ ଯଦି ଆପଣଙ୍କର ପାଦ ଫୁଲିବା ସମସ୍ୟା ଦେଖାଯାଉଛି କିମ୍ବା ପାଦ ଫୁଲିଛି କେମିତି କମ୍‌ କରିବେ ଭାବୁଛନ୍ତି, ତାହେଲେ ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପାୟ ନେଇ ଆସିଛୁ। ଏହି ଉପାୟ ସାହାଯ୍ୟରେ ଆପଣ ପାଦ ଫୁଲିବା ସମସ୍ୟାକୁ ଦୂର କରିପାରିବେ।ପାଦ ଫୁଲିବାକୁ କମ୍‌ କରିବାର ସବୁଠାରୁ ଭଲ ଉପାୟ ହେଉଛି ପାଦକୁ ଥଣ୍ଡା ଗରମ ପାଣିରେ ବୁଡାଇବା। ଏଥିପାଇଁ ଦୁଇଟି ଅଲଗା ଅଲଗା ଟବରେ ଗରମ ଏବଂ ଥଣ୍ଡା ପାଣି ରଖନ୍ତୁ। ଏବେ ନିଜ ପାଦକୁ ପ୍ରାୟ ୪ ମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ବୁଡାଇ ରଖନ୍ତୁ ଏବଂ ଏକ ମିନିଟ ପାଇଁ ଥଣ୍ଡା ପାଣିରେ ବୁଡାଇ ରଖନ୍ତୁ। ଏହାଦ୍ୱାରା ପାଦ ଫୁଲା କମିଯାଇଥାଏ। ପାଦ ଫୁଲିବା ସମସୟ୍ୟାକୁ କମ୍‌ କରିବା ପାଇଁ ସୋରିଷ କିମ୍ବା ଅଲିଭ୍‌ ଅଏଲକୁ ଗରମ କରି ମାଲିସ୍‌ କରିପାରିବେ।ଅଦା ବାମ୍ଫ ପାଦ ଫୁଲିବା ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ପାଦ ଫୁଲିବା ସମସ୍ୟାକୁ ଦୂର କରିବା ପାଇଁ ଅଦାକୁ ଛଡାଇ ଖାଇପାରିବେ।ପାଦ ଫୁଲିବାକୁ କମ୍‌ କରିବା ପାଇଁ ଧନିଆ ମଞ୍ଜି ବହୁତ ଲାଭଦାୟକ ହୋଇଥାଏ। ଏକ କପ୍‌ ପାଣିରେ ୨ ରୁ ୩ ଚାମଚ ଧନିଆ ପକାଇ ଦିଅନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହି ପାଣି ଅଧା ନହୋଇଚି। ଯେତେବେଳେ ଏହି କାଢ଼ା ପ୍ରସ୍ତୁତ ହୋଇଯିବ, ଏହି କାଢ଼ାକୁ ଦିନରେ ଦୁଇଥର ପିଇବା ଦ୍ୱାରା ଆପଣଙ୍କ ସମସ୍ୟା କମ୍‌ ହୋଇପାରିବ।

ପାଦ ଫୁଲିବା ସମସ୍ୟାକୁ ଦୂର କରିବା ପାଇଁ ବ୍ୟାୟାମ କରନ୍ତୁ। ପାଦ ଫୁଟିବା, ସ୍ୱିମିଙ୍ଗ ଆଦି କରିବା ଦ୍ୱାରା ପାଦ ଫୁଲିବା ସମସ୍ୟାରୁ ଆରାମ ମିଳିବ।

Spread the love