ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା, ହେଲେ ଘରେ କରିବେ ବିଶ୍ରାମ

କୋଲକାତା, ୩୧/୧: ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ମୁକ୍ତ ହୋଇଛନ୍ତି ।  ଏଞ୍ଜିଓପ୍ଲାଷ୍ଟି ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ତାଙ୍କୁ ଏକ ସପ୍ତାହ ପାଇଁ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ନିକଟରେ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିଲେ । ସେ ଚଳିତ ବର୍ଷର ଆରମ୍ଭରୁ ଏବେସୁଦ୍ଧା ତାଙ୍କର ୨ ଥର ଏଞ୍ଜିଓପ୍ଲାଷ୍ଟି ହୋଇଛି। ତାଙ୍କ ଧମନୀରେ ରକ୍ତ ଜମାଟ ବାନ୍ଧିଥିବାରୁ ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ପ୍ରଥମ ଥର ଏଞ୍ଜିଓପ୍ଲାଷ୍ଟି ପରେ ଗାଙ୍ଗୁଲି ସୁସ୍ଥ ଅନୁଭବ କରିଥିଲେ ।

ପ୍ରଥମେ ଜାନୁଆରୀ ୨ରେ ଗାଙ୍ଗୁଲିଙ୍କୁ ହୃଦଘାତ ହୋଇଥିଲା । ଏହାପରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା । କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ସେତେବେଳେ ଗାଙ୍ଗୁଲି ଥିଲେ। ଜାନୁଆରୀ ୨୭ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡିଥିଲା। ଏହାପରେ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କ୍ରିଟିକାଲ କେୟାର ୟୁନିଟରେ ରହି ଚିକିତ୍ସିତ ହେଉଥିଲେ ।

Spread the love