ଲାଡେନଠାରୁ ନିୟମିତ ଟଙ୍କା ନେଉଥିଲେ ନୱାଜ ସରିଫ !

ଆତଙ୍କବାଦୀଙ୍କ ସହ ପାକିସ୍ତାନର ବରିଷ୍ଠ ନେତାଙ୍କ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ । କେବଳ ଏତିକି ନୁହେଁ, ଏହି ନେତାମାନେ ଆତଙ୍କବାଦୀଙ୍କଠାରୁ ଟଙ୍କା ପାଆନ୍ତି, ଯାହା ଭାରତର କାଶ୍ମୀରରେ ଜିହାଦ୍ ପାଇଁ ବ୍ୟବହୃତ ହୁଏ | ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଆବିଦା ହୁସେନ୍ ଏକଥା କହିବା ପରେ ପାକିସ୍ତାନ ରାଜନୀତିରେ ହଇଚଇ ଖେଳିଯାଇଛି | ଆବିଦା କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଅଲ କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ ଆର୍ଥିକ ସହାୟତା କରିଥିଲେ।

ପାକିସ୍ତାନର ନୱାଜ ସରିଫ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଆବିଦା ହୁସେନ୍ ଏହି ସମ୍ବେଦନଶୀଳ ତଥ୍ୟକୁ ପ୍ରକାଶ କରି କହିଛନ୍ତି ଯେ, ‘ନୱାଜ ସରିଫ ଓସାମା ବିନ୍ ଲାଡେନଠାରୁ ଆର୍ଥିକ ସହାୟତା ନେଇଥିଲେ’ । ନୱାଜ ସରିଫ ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଆଉ ଆତଙ୍କବାଦୀଙ୍କଠାରୁ ଆର୍ଥିକ ସହାୟତା ନେଉଥିବାର ପୂର୍ବରୁ ଅଭିଯୋଗ ହୋଇଆସୁଥିଲା |ଏହି ପାଣ୍ଠିକୁ କାଶ୍ମୀରରେ ଜିହାଦ୍ ନାମରେ ଆତଙ୍କ ବିସ୍ତାର କରିବାରେ ଖର୍ଚ୍ଚ କରାଯାଉଥିଲା । ଉଲ୍ଲେଖ ଥାଉ କି ୨୦୧୧ ରେ, ପାକିସ୍ତାନର ଆବଟ୍ଟାବାଦରେ ଏକ ସ୍ୱତନ୍ତ୍ର ଅପରେସନରେ ଆମେରିକା ଓସାମା ବିନ୍ ଲାଡେନକୁ ହତ୍ୟା କରିଥିଲା। ସେତେବେଳକୁ ପାକିସ୍ତାନ ଲାଡେନ ତାଙ୍କ ଦେଶରେ ଅଛି ବୋଲି ଅସ୍ୱୀକାର କରିଆସୁଥିଲା। ୨୦୧୬ ରେ ମଧ୍ୟ ଏକ ପୁସ୍ତକରେ ନୱାଜ ସରିଫ, ଅଲକାଏଦା ଠାରୁ ଟଙ୍କା ନେଇଥିବା ବାବଦରେ କୁହାଯାଇଥିଲା |

Spread the love