ବଜେଟ୍-୨୦୨୧ : ପଢନ୍ତୁ ଅର୍ଥମନ୍ତ୍ରୀଙ୍କ ୧୦ଟି ପ୍ରମୁଖ ଘୋଷଣା

ନୂଆଦିଲ୍ଲୀ, ୧/୨:  ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥକ ବର୍ଷ ପାଇଁ  ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଆସନ୍ତୁ ନଜର ପକାଇବେ ପ୍ରମୁଖ ୧୦ଟି ଘୋଷଣା ଉପରେ ।

୧- କରୋନା ଭାକସିନ୍ ତିଆରି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା

୨- ଉଜ୍ଜ୍ୱଳା ଯୋଜନାରେ ଆଉ ୧ କୋଟି ଲୋକଙ୍କୁ ଯୋଡାଯିବ।

୩- ସ୍ୱଚ୍ଛ ଭାରତ ମିଶନ ୨.୦ରେ ୨୦୨୧-୨୦୨୬ ମଧ୍ୟରେ ୧,୪୧,୬୭୮ କୋଟି ଟଙ୍କାର ଆବଣ୍ଟନ ହେବ ।

୪- ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା ହେବ । ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ।

୫- ଭାରତରେ ଆଗାମୀ ଦିନରେ ହେବାକୁ ଥିବା ଜନଗଣନା ସଂପୂର୍ଣ୍ଣ ଭାବେ ଡିଜିଟାଲ୍‌ ପଦ୍ଧତିରେ ହେବ ।

୬- ଦେଶରେ ୭ଟି ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବ ।

୭- ମୋବାଇଲ ଉପରେ ୨.୫ କଷ୍ଟମ ଡ୍ୟୁଟି ବା ବହିଃ ଶୁଳ୍କ ବଢାଯାଇଛି ।

୮- ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ବା ବହିଃ ଶୁଳ୍କ କମାଯାଇଛି ।

୯- ଇନ୍ସ୍ୟୁରାନ୍ସ ସେକ୍ଟରରେ ୭୪ ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ ମିଳିବ।

୧୦- ୭୫ବର୍ଷ ଓ ତାଠାରୁ ଅଧିକ ବୟସ୍କଙ୍କୁ ସୁଧ ଓ ପେନ୍‌ସନ୍‌ ଉପରେ ଆୟକର ଦେବାକୁ ପଡିବନାହିଁ ।

Spread the love