କନ୍ଧମାଳକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା

ରାଜ୍ୟସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କନ୍ଧମାଳ ଗସ୍ତରେ ଯାଇଛନ୍ତି। କ.ନୂଆଗାଁ ବ୍ଲକ ଡାମେରିକିଆଠାରେ ନିର୍ମିତ ହୋଇଥିବା ଜନଜାତି ସଂସ୍କୃତି ପ୍ରଗତି ଯୁବକ ସଂଘ ଗୃହ ଓ କ. ନୂଆଗାଁଠାରେ ଥିବା ନିର୍ମିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି।

ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ବରେ ଏକ ବାଇକ ରାଲି ଓ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମନ୍ତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହରା ସମେତ ସ୍ଥାନୀୟ ସରକାରୀ ଅଧିକାରୀ ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Spread the love