ଚେହେରାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆପଣାଇ ପାରିବେ ଏହି ୫ଟି ଆୟୁର୍ବେଦିକ ଟିପ୍ସ: ଏହାର ନଥାଏ କୌଣସି ସାଇଡ୍ ଇଫେକ୍ଟ

ଚେହେରାରେ ଚମକ ଆଣିବା ପାଇଁ ଆପଣ ଅନେକ କିଛି କରିବା ସହିତ ବେଳେବେଳେ ମହଙ୍ଗା ପ୍ରଡକ୍ଟସ ବ୍ୟବହାର କରିଥାନ୍ତି , ଯାହାକି ଚେହେରାକୁ ଖରାପ କରିବା ସହିତ ଆପଣଙ୍କ ପକେଟ୍ ଉପରେ ମଧ୍ୟ ଭାରି ପଡିଥାଏ । ଏଥିପାଇଁ ଚେହେରାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଣିବା ପାଇଁ ଆୟୁର୍ବେଦିକ ଉପଚାର ସବୁଠାରୁ ବେଷ୍ଟ ଅପ୍ସନ୍ ହୋଇଥାଏ । ଆସନ୍ତୁ ଜାଣିବା କିଛି ଆୟୁର୍ବେଦିକ ଟିପ୍ସ ..

କଞ୍ଚା କ୍ଷୀର

କଞ୍ଚା ଖିରରେ ଥିବା ଫ୍ୟାଟ୍ ଏବଂ ଲାକ୍ଟିକ୍ ଏସିଡ୍ ଆପଣଙ୍କ ଚେହେରାରୁ ମଇଳା ହଟାଇବାରେ ସାହାଯ୍ୟ କରିଥାଏ , ଯାହାଦ୍ୱାରା ଚର୍ମର ପୋର୍ସ ଖୋଲିଥାଏ । ସେଥିଲାଗି ଯଦି ଆପଣଙ୍କର ଚେହେରାକୁ ନେଇ କୌଣସି ସମସ୍ୟା ଥାଏ , ତେବେ ଆପଣ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ ।

ନିମ

ନିମରେ ଆଣ୍ଟି-ଇମ୍ପ୍ଲିମେଣ୍ଟାରୀ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ ଏବଂ ଆଣ୍ଟି ଆକ୍ସିଡେଣ୍ଟ ପ୍ରପର୍ଟି ମିଳିଥାଏ । ସେଥିଲାଗି ଆପଣଙ୍କୁ ନିମର ବ୍ୟବହାର କରିବା ଉଚିତ । ଆପଣ ନିମର ଫେସପ୍ୟାକ୍ କରି ମଧ୍ୟ ବ୍ୟବହାର କରିପାରିବେ। ଏଥିସହିତ ଆପଣଙ୍କୁ ଚେହେରାରେ ନିମର ପ୍ୟାକ ଲଗାଇବାରେ ଯଦି କୌଣସି ସମସ୍ୟା ଥାଏ , ତେବେ ଆପଣ ଉଷୁମ ପାଣିରେ ୫-୧୦ ମିନିଟ୍ ନିମର ପତ୍ର ପକାଇ ସେଥିରେ ମୁଁହକୁ ଧୋଇପାରିବେ ।

ହଳଦୀ

ଏଥିରେ ଆଣ୍ଟି ସେପ୍ଟିକ୍-, ଆଣ୍ଟି ଇମ୍ପ୍ଲିମେଣ୍ଟାରୀ ପ୍ରପର୍ଟି ରହିଥାଏ । ହଳଦୀ ସହିତ କ୍ଷୀର ମିଶାଇ ଏହାକୁ ଫେସପ୍ୟାକ୍ଣ ଭାବରେ ଲଗାଇବା ଦ୍ୱାରା ଆପଣଙ୍କ ସ୍କିନରେ ଚମକ ଆଣିବା ସହିତ ଦାଗ ଦୂର କରିଥାଏ।

ନଡ଼ିଆ ତେଲ

ନଡ଼ିଆ ତେଲ କେବଳ କେଶ ପାଇଁ ନୁହେଁ ବରଂ ଆପଣଙ୍କ ସ୍କିନ୍ ପାଇଁ ମଧ୍ୟ ଥଣ୍ଡା ଦିନରେ ବରଦାନ ହୋଇଥାଏ । ଆଣ୍ଟି ସେପ୍ଟିକ ଗୁଣରେ ଭରପୁର ନଡ଼ିଆ ତେଲ ଡ୍ରାଏ ସ୍କିନ୍ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଥଣ୍ଡାରୁ ଫାଟୁଥିବା ସ୍କିନ୍ଁ କୁ ମଧ୍ୟ ଏହା ଠିକ୍ଏ କରିଥାଏ ।

ଚନ୍ଦନ

ଚନ୍ଦନକୁ ଚେହେରା ର ପ୍ରତ୍ୟେକ ଆଲର୍ଜି ପାଇଁ ରାମବାଣ କୁହାଯାଇଥାଏ । ଚନ୍ଦନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚେହେରା ଦାଗହୀନ ହୋଇଥାଏ । ଗରମରେ ଚନ୍ଦନର ବ୍ୟବହାର କରିବା ଲାଭଦାୟକ ହୋଇଥାଏ ।

Spread the love