ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ବର ସ୍ଥାନାନ୍ତର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ବ୍ରହ୍ମପୁର ଜେଲରୁ ଭୁବନେଶ୍ବର ଅଣାଯାଉଛି । ଗତକାଲି ବ୍ରହ୍ମପୁର ଏମକେସିଜିରେ ପ୍ରଦୀପଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କୁକୁଡାଖଣ୍ଡି କୋଭିଡ ସେଣ୍ଟରରେ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଅଣାଯାଉଥିବା ସୂଚନା ମିଳିଛି ।

ବ୍ରହ୍ମପୁର ଏସ୍ ଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପଙ୍କୁ ସ୍ଥାନାନ୍ତର କରାଯାଉଥିବା ପ୍ରଦୀପଙ୍କ ଓକିଲ ସୂଚନା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, ଜାଣିଶୁଣି ପ୍ରଦୀପଙ୍କୁ ବ୍ରହ୍ମପୁର ଜେଲରେ ଅଟକ ରଖାଯାଇଛି । ବ୍ରହ୍ମପୁର ଏସଡିଜେଏମ କୋର୍ଟ ଗତ ୪ତାରିଖରେ ତାଙ୍କୁ ଝାରପଡା ନେବା ପାଇଁ ଆଦେଶ ଦେଇଥିଲେ ମଧ୍ୟ ପାଳନ କରାଯାଇନାହିଁ । ଉଦ୍ଦେଶ୍ୟମୂଳକ ଅଟକ ମାମଲାକୁ ନେଇ ଉଚ୍ଚ ଅଦାଲତର ଆଶ୍ରୟ ନିଆଯିବ ବୋଲି ପ୍ରଦୀପଙ୍କ ଓକିଲ କହିଛନ୍ତି ।

Spread the love