ଫୋଟ କହୁଛି ଅନେକ କଥା

କୁକୁର ବିଲେଇଙ୍କର ଝଗଡା ବିଷୟରେ ତ ଜାଣିଥିବେ। ଏମାନଙ୍କ ଝଗଡାର ଅନେକ ଦୃଶ୍ୟ ଆପଣ ଦେଖିଥିବେ ଏବଂ ଶୁଣିଥିବେ। ରାସ୍ତା ଘାଟ ଗଳି କନ୍ଦିରେ ଆପଣ ପ୍ରାୟ ସମୟରେ ୟାଙ୍କ ଝଗଡା ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବୁ ସେଥିରେ ଆପଣ ଯାହା ଦେଖିବେ ତାକୁ ଦେଖି ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି। ଏହି ଭିଡିଓରେ ଏକ ବିଲେଇ ଛୁଆ ଏକ କୁକୁର ଠାରୁ କ୍ଷୀର ପିଉଥିବା ଦେଖିବାକୁ ମିଳୁଛି। ଯେଉଁମାନଙ୍କ ଭିତରେ ସବୁବେଳେ କଳି ଝଗଡା ଲାଗିକି ଥାଏ ଆଜି ସେମାନଙ୍କ ସମ୍ପର୍କରେ ପ୍ରେମଭରା ସମ୍ବନ୍ଧ ଦେଖିବାକୁ ମିଳୁଛି।

ଏହି ଭାଇରାଲ ଭିଡିଓ ନାଇଜେରିଆର ବୋଲି କୁହାଯାଉଛି। ଭିଡିଓରେ କୁକୁର ଭୂମି ଉପରେ ଶୋଇଛି ଆଉ ସେଠାରେ ଏକ ବିଲେଇ ଛୁଆ କୁକୁର ଠାରୁ କ୍ଷୀର ପିଉଛି। ସବୁଠୁ ଖାସ୍‌ କଥା ହେଉଛି ବିଲେଇ ଛୁଆ ସ୍ତନ୍ୟପାନ କରୁଥିବାବେଳେ ମାଆ କୁକୁର ମଧ୍ୟ ତାକୁ ପୂରାପୁରି ସାଥ୍‌ ଦେଉଛି। ଭିଡିଓରେ ଏହି ଦୃଶ୍ୟକୁ ଦେଖି ସମସ୍ତେ ଆଚମ୍ବିତ ହେଉଛନ୍ତି।ତେବେ ଏହି ଭିଡିଓ ସେୟାର ହେବା ମାତ୍ରକେ ଏବେ ଖୁବ୍‌ ଭାଇରାଲ ହେଉଛି। ୩୨ ସେକେଣ୍ଡର ଏହି ଭିଡିଓରେ କିଛି ଲୋକ କୁକୁର ବିଲେଇଙ୍କର ଏହି ସୁନ୍ଦର ଏବଂ ବିରଳ ଦୃଶ୍ୟକୁ କ୍ୟାମେରାରେ କଏଦ୍‌ କରିନେଇଛନ୍ତି। ତେବେ ଆପଣ ବି ଦେଖନ୍ତୁ ଏ ସୁନ୍ଦର ଭିଡିଓ।

Spread the love