ଜୀବନ ଗପ… ଅତୀତ ରେ ଯାହା ହଜି ଯାଇଛି, ନିଶ୍ଚୟ ପଢନ୍ତୁ

ସାରା ଜୀବନ ଧନ ସମ୍ପତ୍ତି, ମାନସମ୍ମାନ ଓ ପଦପଦବୀ ପଛରେ ଦୌଡ଼ି ଦୌଡ଼ି ହାଲିଆ ହୋଇ ପଡ଼ିଥିବା ଆଜିର ମଣିଷ ପାଇଁ . ଷ୍ଟିଭ୍ ଜବସ୍ ଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀରୁ ଅନେକ କିଛି ଶିଖିବାର ଅଛି।
ବିଶ୍ବପ୍ରସିଦ୍ଧ ଆପଲ୍ କମ୍ପାନୀର ପ୍ରତିଷ୍ଠାତା ଷ୍ଟିଭ୍ ଜବସ୍ ଙ୍କୁ କିଏ ବା ନ ଜାଣେ! ପ୍ରଚଣ୍ଡ ପ୍ରତିଭା ର ଅଧିକାରୀ ଷ୍ଟିଭ୍ ନିଜ ଜୀବନକାଳ ଭିତରେ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇପାରିଥିଲେ।
ତାଙ୍କ ନାମ ସାରା ପୃଥିବୀରେ ସୁବିଖ୍ୟାତ ହୋଇ ସାରିଥିଲା।

କିନ୍ତୁ ମାତ୍ର ଛପନ ବର୍ଷ ବୟସରେ ଦୁରାରୋଗ୍ୟ ଅଗ୍ନାଶୟର କ୍ୟାନସର ରୋଗ ରେ ପୀଡ଼ିତ ହୋଇ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଡାକ୍ତରଖାନାର ବିଛଣାରେ ଶୋଇ ଶୋଇ ନିଶ୍ଚିତ ମୃତ୍ୟୁ ସହିତ ଦିନରାତି ସଂଘର୍ଷ କରୁଥିବା ସମୟରେ ସେ ଲେଖିଥିବା କଥା କେଇପଦ ଆଜି ବି ହୃଦୟ କୁ ସ୍ପର୍ଶ କରିଯାଏ।

ତାଙ୍କରି ଭାଷାରେ ସେ ଲେଖିଥିଲେ–

ବ୍ୟବସାୟିକ ଦୁନିଆର ଶିଖର ଦେଶରେ ପହଞ୍ଚି ସାରିଥିଲି ମୁଁ। ଅନ୍ୟ ମାନଙ୍କ ଆଖିରେ ମୋ ଜୀବନ ସଫଳତାର ଏକ ଜୀବନ୍ତ ଉଦାହରଣ ହୋଇ ସାରିଥିଲା। କିନ୍ତୁ କେବଳ କଠିନ ପରିଶ୍ରମ ଛଡ଼ା ଜୀବନରେ ଆନନ୍ଦ କଣ ମୁଁ ଜାଣି ପାରିଲି ନାହିଁ। ଧନସମ୍ପଦ କୁ ହିଁ ଜୀବନ ବୋଲି ମାନି ନେଇଥିଲି ମୁଁ। ଏବେ ରୋଗଶଯ୍ୟାରେ ପଡ଼ି ପଡ଼ି ଜୀବନର ଶେଷ କେଇଟା ନିଶ୍ଵାସ ର ହିସାବ ନିକାସ କରୁ କରୁ ମୁଁ ବୁଝି ପାରୁଛି ଯେ ମୋ ପାଇଁ ମୋର ସମସ୍ତ ଧନ ସମ୍ପଦ ଓ ପ୍ରସିଦ୍ଧି ଯାହା ପାଇଁ ଦିନେ ମୁଁ ବହୁତ ଗର୍ବିତ ଅନୁଭବ କରୁଥିଲି, ଆଜି ତାହା ଅର୍ଥହୀନ ହୋଇ ପଡ଼ିଛି।
ଅନ୍ଧକାର ଭିତରେ ଡାକ୍ତରଖାନାର ଜୀବନରକ୍ଷକ ଯନ୍ତ୍ରପାତି ସବୁରୁ ନିର୍ଗତ ଲାଲ ନେଳୀ ଆଲୁଅ ସାଙ୍ଗକୁ ପାଳି ଧରି ଭାସି ଆସୁଥିବା ଘୁଂ ଘୁଂ ଶବ୍ଦ ସବୁ ମୋତେ ଆଗନ୍ତୁକ ଯମଦୂତ ମାନଙ୍କ ର ପଦଧ୍ଵନୀ ର ସଙ୍କେତ ଦେଉଛନ୍ତି!

ସୁନ୍ଦର ଜୀବନଟିଏ ପାଇଁ ଟଙ୍କା ପଇସାର କିଛିଟା ଆବଶ୍ୟକତା ତ ନିଶ୍ଚୟ ରହିଛି,କିନ୍ତୁ ତାଠାରୁ ଅନେକ ବେଶୀ ଆବଶ୍ୟକତା ରହିଛି ଏକ ସୁନ୍ଦର ସମ୍ପର୍କର, ଏକ ମନମତାଣିଆ ସ୍ଵପ୍ନ ର , ଆଖି ଲାଖି ରହୁଥିବା କଳାକୃତି ର ଏବଂ ଅଜଣା ଅଶୁଣା ଜାଗା ମାନଙ୍କ ରେ ବୁଲାବୁଲି କରି ଆନନ୍ଦ ଉଠେଇ ବାର। ଅନ୍ଧ ଭାବରେ ଧନସମ୍ପଦ ପଛରେ ଦୌଡ଼ିବାର ଫଳ ସ୍ଵରୂପ ମଣିଷ ଏକ ଯନ୍ତ୍ର ମାନବରେ ପରିଣତ ହୋଇଥାଏ,ଯାହାର ଏକ ଜ୍ଵଳନ୍ତ ଉଦାହରଣ ମୁଁ ନିଜେ।
ମୋର ଏ ସମସ୍ତ ଧନସମ୍ପତ୍ତି ମୁଁ ମରିଗଲେ ମୋ ସାଥିରେ ଯିବେ ନାହିଁ। ନା ମୋତେ ସେମାନେ ମୋର ମୃତ୍ୟୁ ମୁଖରୁ ବଞ୍ଚେଇ ପାରିବେ। ସେମାନେ ମୋ ଯନ୍ତ୍ରଣା ରୁ କାଣିଚାଏ ମଧ୍ୟ ଲାଘବ କରି ପାରିବେ ନାହିଁ।
ମୋ ସହିତ ଯଦି କେହି ରହିଯିଵେ ସେମାନେ ହେଲେ ମୋ ଜୀବନରେ ସ୍ଵଳ୍ପ ସମୟ ପାଇଁ ହେଲେ ମଧ୍ୟ ସୁନ୍ଦର ପ୍ରେମର କିଛିଟା ସ୍ମୃତି, ଅଜଣା ଅଶୁଣା ମଣିଷ ମାନଙ୍କର ନିସ୍ଵାର୍ଥପର ଭଲ ପାଇବା ଏବଂ ସେମାନଙ୍କ ର ଆଶୀର୍ବାଦ। ସେହି ସବୁ ପଇସା ପତ୍ର ଦେଇ କିଣି ହେଉନଥିବା ସମ୍ପତ୍ତି ମାନେ ହିଁ ଜଣେ ମଣିଷ ପାଇଁ ଅମୂଲ୍ୟ ରତ୍ନ ଠାରୁ କୌଣସି ଗୁଣରେ କମ୍ ନୁହେଁ।
ପ୍ରେମ ମଣିଷ କୁ କେଉଁଠୁ ନେଇ କେଉଁଠି ପହଞ୍ଚେଇ ଦେଇ ପାରେ। ମୋ ଜୀବନରେ ସେ ସବୁକୁ ମୁଁ କିନ୍ତୁ କେବେ କୌଣସି ମୂଲ୍ୟ ଦେଇ ପାରିଲି ନାହିଁ!

ଏବେ ବୁଝୁଛି, ଜୀବନର ସବୁଠାରୁ ଦାମିକିଆ ଶଯ୍ୟା ର ନାମ ହେଲା ରୋଗଶଯ୍ୟା।
ପଇସା ଦେଇ ଡ୍ରାଇଭର ଟିଏ ରଖାଯାଇପାରେ,କର୍ମଚାରୀ ରଖାଯାଇ ପାରନ୍ତି, କିନ୍ତୁ ତୁମ ପାଇଁ ରୋଗଶଯ୍ୟାରେ ଶୋଇବା ପାଇଁ ଜଣେ ମାତ୍ର ଲୋକ ବି ମିଳିବେ ନାହିଁ।
ସଂସାରରେ ଟଙ୍କା ପଇସା ବଳରେ ଅନେକ କିଛି କିଣି ହେବ, କିନ୍ତୁ ଜୀବନ ଟିଏ କିଣି ହେବ କି? ଅପରେସନ ଟେବୁଲ୍ ଉପରେ ଶୋଇବା ସମୟରେ ଅନୁତାପ କରିଛି ଯେ “ସୁସ୍ଥ ଜୀବନର ରହସ୍ୟ” ପୁସ୍ତକ ଟି ସମୟ ଥାଉଁ ଥାଉଁ କାହିଁକି ଯେ ନ ପଢ଼ିଲି!

ଜୀବନର ଶେଷ ଦୃଶ୍ୟ ରେ ଅଭିନୟ କରିବା ସମୟରେ ଅନେକ କିଛି ମନେ ପଡେ, କିନ୍ତୁ ସେତେବେଳକୁ ନେଡିଗୁଡ଼ କହୁଣୀ କୁ ବୋହି ଯାଇ ଥାଏ।
ଜୀବନରେ ଯଦି ପାରୁଛ ପ୍ରେମ ବାଣ୍ଟି ଚାଲ, ନିଜର ପରିବାର, ସହଧର୍ମିଣୀ, ପିଲାପିଲି ଙ୍କ ଛଡ଼ା ବନ୍ଧୁ ବାନ୍ଧବ, ସହକର୍ମୀ ଏବଂ ସାରା ସମାଜ ଓ ଦୁନିଆଁ ପାଇଁ ପ୍ରେମର ମହାସାଗର ଟିଏ ହୋଇ ରହିଯାଅ ସମୟ ଥିବା ଭିତରେ। ନିଜର ମୂଲ୍ୟ ବୁଝ, ଅନ୍ୟ ମାନଙ୍କ ପାଇଁ ଏକ ଆଲୋକ ବର୍ତ୍ତିକା ହୋଇ ରହିଯାଅ।

Spread the love