‘ଓଡିଶା ମୋ ପରିବାର’ ସହାୟତାରେ ଗାଁକୁ ଫେରିଲା ମୃତଦେହ

ଭଦ୍ରକ, ୮/୨: ପୁଣି  ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଲା ଓଡିଶା ମୋ ପରିବାର ।  ସୁରଟରୁ ଭଦ୍ରକକୁ ମୃତଦେହ ଫେରାଇ ଆଣିଛି ଓଡିଶା ମୋ ପରିବାର ।

ସୂଚନାଯୋଗ୍ୟ ଯେ, ଭଦ୍ରକ ୩୦ ନଂ ୱାର୍ଡ ଉତ୍ତର ବାହିନୀର ଚନ୍ଦ୍ରକାନ୍ତ ମାଝୀ ସୁଦୂର ସୁରଟରେ ଶ୍ରମିକ ଭାବେ କାମ କରୁଥିଲେ । କୌଣସି କାରଣରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପରିବାର ଲୋକ ଜାଣିବା ପରେ ଦୁଃଖରେ ଭାଙ୍ଗିପଡିଥିଲେ । କିଭଳି ମୃତଦେହ ଗାଁକୁ ଅଣାଯିବ ସେନେଇ ପୂର୍ବତନ କାଉନସିଲରଙ୍କୁ ଜଣାଇଥିଲେ । ୩୦ ନଂ ୱାର୍ଡର ପୂର୍ବତନ କାଉନସିଲର ପ୍ରଭାତ ମାଝୀ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଜଣାଇଥିଲେ । ଭଦ୍ରକ ବିଧାୟକ ସଙ୍ଗେ ସଙ୍ଗେ ଓଡିଶା ମୋ ପରିବାର ସହ ଯୋଗାଯୋଗ କରିଥିଲେ । ଫଳରେ ମୃତଦେହ ନିଜ ଗାଁରେ ପହଞ୍ଚିଛି । ବିଧାୟକ ସଞ୍ଜୀବ ମଲ୍ଲିକ ଉତ୍ତର ବାହିନୀରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ବୁଝାସୁଝା କରିଥିଲେ । ଓଡ଼ିଶା ମୋ ପରିବାର ଓ ଭଦ୍ରକ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ୱାର୍ଡବାସୀ ପ୍ରଶଂସା କରିଛନ୍ତି ।

Spread the love