ଶ୍ରୀମନ୍ଦିରର ଉନ୍ନୟନ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ : ମୁଖ୍ୟମନ୍ତ୍ରୀ

ପୁରୀ, ୮/୨: ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୀର୍ଘଦିନ କଠିନ ଓ ବିପଦ ସମୟ ପରେ ସେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଏହାସହ ଶ୍ରୀମନ୍ଦିରର ଉନ୍ନୟନ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ, ଶ୍ରୀ ମନ୍ଦିର ବିକାଶ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ ,କୋଭିଡ ପରେ ଏହା ମୋର ପ୍ରଥମ ଜଗନ୍ନାଥ ଦର୍ଶନ , ଶ୍ରୀ ମନ୍ଦିର ଐତିହ୍ୟ କରିଡ଼ର ବିକାଶ କେହି ରୋକି ପାରିବେ ନାହିଁ।  ଶ୍ରୀ ଜଗନ୍ନାଥଙ୍କ ପାଇଁ ଓଡ଼ିଶା ବାସୀ ଅଛନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମର ଆରାଧ୍ୟ ଦେବତା । ପୁରୀର ବିକାଶ ଆଗକୁ ବଢିବ। ରାଜ୍ୟବାସୀଙ୍କ ସୁଖ ଓ ଶାନ୍ତି ପାଇଁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Spread the love